ବଲାଙ୍ଗୀର : ଗତ ୨ ତାରିଖରେ ଆରମ୍ଭ ହୋଇଥିବା ବିଜୁ ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ରାସନ କାର୍ଡ ବଣ୍ଟନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଝଲପ ପଞ୍ଚାୟତର ମୁମିଁଆ ଗାଁରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ କାର୍ଡ ପାଇବାରୁ ବଞ୍ଚିତ କେତେଜଣ ହିତାଧିକାରୀ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ। ଏହିକ୍ରମରେ ସଭାସ୍ଥଳରେ ଥିବା ୩୦-୪୦ ବଞ୍ଚିତ ହିତାଧିକାରୀ ଓ ବିଧାୟକ ଜନାବ ଖାନଙ୍କ ମଧ୍ୟରେ ହୋଇଥିବା କଥା କଟାକଟିର ଭିଡ଼ିଓ ଭାଇରାଲ ହୋଇଛି।
ଆଲୋଚନା ଓ କଥା କଟାକଟି ଚାଲିଥିବା ବେଳେ ଲୋକେ ଏକଜୁଟ ହୋଇ ଯାଇଥିଲେ। ବିଧାୟକଙ୍କ ବିେରାଧରେ ହୋ ହଲ୍ଲା ଆରମ୍ଭ ହୋଇଥିଲା। ଉପସ୍ଥିତ ପୁଲିସ ବିଧାୟକ ଜନାବ ଖାନଙ୍କୁ ସେଠାରୁ ନେଇ ଫେରି ଆସିଥିଲା। ତେବେ ୨ ମିନିଟ ୧୧ ସେକେଣ୍ଡର ଭାଇରାଲ ଭିଡ଼ିଓ, ଲୋକଙ୍କ ଅଭିଯୋଗ ଓ ବିଧାୟକଙ୍କ ଆଚରଣ ତଥା ଉଚ୍ଚାରଣକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।
Follow Us