ଫକୀରମୋହନ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେଉ ‘କାନ୍ତକବି ଚେୟାର’

Advertisment

କୁଳପତିଙ୍କୁ ଭେଟିଲେ ଦାବିପତ୍ର ଦେଲେ ଭଦ୍ରକ ଜିଲ୍ଲାର ସାହିତ୍ୟିକ, ବୁଦ୍ଧିଜୀବୀ

କୁଳପତିଙ୍କୁ ଭେଟିଲେ ଦାବିପତ୍ର ଦେଲେ ଭଦ୍ରକ ଜିଲ୍ଲାର ସାହିତ୍ୟିକ, ବୁଦ୍ଧିଜୀବୀ

ଫକୀରମୋହନ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେଉ ‘କାନ୍ତକବି ଚେୟାର’

ବାଲେଶ୍ବର: ଆଧୁନିକ ଓଡ଼ିଆ ସାହିତ୍ୟର ଯଶସ୍ବୀ କବି, କଥାକାର, ନାଟ୍ୟକାର ତଥା ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଅନ୍ୟତମ ବରପୁତ୍ର। ଭାଷା ସୁରକ୍ଷା, ପତ୍ରପତ୍ରିକା ଆନ୍ଦୋଳନ, ଜାତୀୟ ସଂଗ୍ରାମ ଆଦି ବହୁବିଧ କ୍ଷେତ୍ରରେ ଲେଖନୀ ଚାଳନା କରି ସମଗ୍ର ଉତ୍କଳକୁ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ। ତାଙ୍କ କୀର୍ତ୍ତି ଓ କୃତିତ୍ବକୁ ସମ୍ମାନ ଜଣାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ତାଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ‘କାନ୍ତକବି ଚେୟାର’ ପ୍ରତିଷ୍ଠା ନିମନ୍ତେ ଦାବି କରାଯାଇଛି।

ଆଜି ପୂର୍ବାହ୍ନରେ ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ପ୍ରତିଷ୍ଠାତା ସଭାପତି ଅଜୟ ନାୟକଙ୍କ ନେତୃତ୍ବରେ ଭଦ୍ରକର ଶତାଧିକ ସାରସ୍ବତ, ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ବହୁ ବୁଦ୍ଧିଜୀବୀ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ ସାହିତ୍ୟ ପରିଷଦର ସଭାପତି ପ୍ରଫେସର ଡକ୍ଟର ରାଧାରାଣୀ ମହାପାତ୍ର, ସମ୍ପାଦକ ବିଜୟବହଳଳୀ, ଭଦ୍ରକ ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆ, ଚରମ୍ପା ସାହିତ୍ୟ ସାଂସ୍କୃତିକ ମଞ୍ଚର କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ କୈଳାସ ମହାପାତ୍ର, କାନ୍ତକବି ସାଂସ୍କୃତିକ ମଞ୍ଚର ସମ୍ପାଦକ ଗଦାଧର ବଳ, ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ ସଭାପତି ଡାକ୍ତର ହରେକୃଷ୍ଣ ନାୟକ, ଭଦ୍ରକ ପୁସ୍ତକମେଳା ସମ୍ପାଦକ ଡକ୍ଟର ଅଭୟ କୁମାର ଦାସ, ତିହିଡ଼ି ସାହିତ୍ୟ ସଂସ୍କୃତିକ ମଞ୍ଚର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଂଜନ ଦାସ, ତିହିଡ଼ି ଯୁବମଞ୍ଚ ସମ୍ପାଦକ କୈଳାସ ବେହେରା, ବିମଳା ନାଟ୍ୟ ସଂସଦର ସମ୍ପାଦକ ଗୌରାଙ୍ଗ ବାରିକ, ଭଦ୍ରକ କଲେଜ ପୁରାତନ ଛାତ୍ରସଂସଦର ସଦସ୍ୟ ଅମରେନ୍ଦ୍ର ବିଶ୍ବାଳ, ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖାର ସଦସ୍ୟ ଚର୍ଚ୍ଚିକା ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବିଶ୍ବବିଦ୍ୟାଳୟ ପରିସରରେ ଉପସ୍ଥିତ ରହି କୁଳପତିଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe