ପ୍ରାର୍ଥୀ ଦେଇ ପାରିଲେନି ବିଜେଡି ସମର୍ଥିତ, ବିଜେପି ସମର୍ଥିତଙ୍କ ହାତରେ କଣ୍ଟାପଡା ବ୍ଲକ୍‌

Advertisment

ଯୁବତୀ ହେଲେ କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା

ଯୁବତୀ ହେଲେ କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା

ବଦଳିଲେ ୫ ମଣ୍ଡଳ ସଭାପତି; ପାଟଣା ବିଜେପିରେ ବିରୋଧର ସ୍ବର

Image Courtesy of Latestly

କଟକ : ‘ସମ୍ବାଦ’ର ଆକଳନ ସତ ହେଲା। କଟକ ଜିଲ୍ଲାର କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ବିଜେପି ସମର୍ଥିତଙ୍କ ଦଖଲକୁ ଯାଇଥିବା ବେଳେ ଜିଲ୍ଲାର ୧୪ରୁ ୧୩ଟି ପଂଚାୟତ ସମିତି ଅଧ୍ୟକ୍ଷ ଆସନ ରହିଛି ବିଜେଡି ସମର୍ଥିତଙ୍କ କବ୍‌ଜାରେ। କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନରେ ବିଜେପି ସମର୍ଥିତ ଜିନା ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ୨୩ ବର୍ଷୀୟା ଜିନା ଜିଲ୍ଲାର ସର୍ବକନିଷ୍ଠ ଅଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି। ଜିଲ୍ଲାର ନିଆଳି, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ପଂଚାୟତ ସମିତି ପାଇଁ ଆଜି ଭୋଟ ହୋଇଥିବାବେଳେ ଅନ୍ୟ ସବୁଠି ନିର୍ଦ୍ବନ୍ଦ୍ବରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଅଧ୍ୟକ୍ଷ ଆସନରେ ବସିଛନ୍ତି। ନିଆଳିରେ ମାତ୍ର ୩ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଶଶିକାନ୍ତ ଲେଙ୍କା ପରାସ୍ତ ହୋଇଥିବାବେଳେ ବିଜେଡି ସମର୍ଥିତ ଉମେଶ ଚନ୍ଦ୍ର ବେହେରା ବିଜୟୀ ହୋଇଛନ୍ତି। ମାହାଙ୍ଗାରେ ବିଜେଡି ସମର୍ଥିତ ପ୍ରାର୍ଥୀ ଦୀପା ମଲ୍ଲିକ ୨୮ଖଣ୍ଡ ଭୋଟ ଓ ନିଶ୍ଚିନ୍ତକୋଇଲିରେ ବିଜେଡି ସମର୍ଥିତ ପ୍ରାର୍ଥୀ ରୋଜି ସେଠୀ ୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ବାଙ୍କୀରେ ପୁଷ୍ପଲତା ସାମନ୍ତ ପୁଣିଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନରେ ବସିଛନ୍ତି।

କଣ୍ଟାପଡ଼ା ପଞ୍ଚାୟତ ସମିତିରେ ୧୪ଟି ପଞ୍ଚାୟତ ରହିଥିବା ବେଳେ ଅଧ୍ୟକ୍ଷ ଆସନ ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। କଣ୍ଟାପଡାର ଉତ୍ତାରଣ ଓ ବାଗଲପୁର ପଂଚାୟତ ସମିତି ସଭ୍ୟ ଆସନ ଏଥର ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଅର୍ଥାତ ସେହି ଦୁଇଟି ଆସନରୁ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷା ଆସନରେ ବସିବାର ସୁଯୋଗ ଥିଲା। କିନ୍ତୁ ଦୁଇଟି ଯାକ ସଂରକ୍ଷିତ ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ହାତରେ ପ୍ରାର୍ଥୀ ନଥିବାବେଳେ ଶେଷ ପର୍ଯ୍ୟନ୍ତ ନିଆଳି ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ ମଲ୍ଲିକ ଆପ୍ରାଣ ଚେଷ୍ଟା କରି ମଧ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ନେବାକୁ ସଫଳ ହୋଇ ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe