ଅବକାରୀ ନିୟମ ଉଲ୍ଲଂଘନ, କଣ୍ଟାବାଞ୍ଜି ହୋଟେଲ ମିଡ୍‌ଟାଉନ୍‌ ସିଲ୍‌

Advertisment
ଅବକାରୀ ନିୟମ ଉଲ୍ଲଂଘନ, କଣ୍ଟାବାଞ୍ଜି ହୋଟେଲ ମିଡ୍‌ଟାଉନ୍‌ ସିଲ୍‌

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଦେଶୀ ଠିପିଖୋଲା ମଦ ଦୋକାନ (ଅନ୍‌ସପ୍‌) ହୋଟେଲ ମିଡ୍‌ଟାଉନ୍‌ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ପରେ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ ଯେ ରବିବାର ଅବକାରୀ ବିଭାଗର ଏକ ଟିମ୍‌ ସହରସ୍ଥିତ ମିଡ୍‌ଟାଉନ୍‌ ହୋଟେଲରେ ଯାଞ୍ଚ କରିଥିଲା। ଅବକାରୀ ନିୟମ ଉଲ୍ଲଘଂନ କରିବା ସହ ଷ୍ଟକ୍‌ରେ ଅଧିକ ମଦ ରଖୁଥିବା ଅଭିଯୋଗରେ ବଲାଙ୍ଗୀର ଅବକାରୀ ବିଭାଗ ମଦ ଦୋକାନକୁ ସିଲ୍‌ କରିଥିବା ଜଣାଯାଇଛି।

ପୂର୍ବରୁ ଅବକାରୀ ବିଭାଗ ଷ୍ଟକ୍‌ ଯାଂଚ କରିଥିବା ବେଳେ ସୋମବାର ସନ୍ଧ୍ୟା ୭.୩୦ରେ ଏହି ମଦ ଦୋକାନ ସିଲ୍‌ କରିଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା ଓ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ବିପ୍ର ଚରଣ ମଣ୍ଡଳଙ୍କ ଉପସ୍ଥିତରେ ଦୋକାନ ସିଲ୍‌ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ଚଢ଼ଉରେ ଟିଟିଲାଗଡ଼ ଅବକାରୀ ଅଧିକାରୀ ଆଶିଷ ବେହେରା, କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ସଚିନ ବେହେରା, ବଲାଙ୍ଗୀର ଅବକାରୀ ଅଧିକାରୀ ସରୋଜ ପରିଡ଼ା, ପଟଣାଗଡ଼ ଅଫିସର ଇନ୍‌ଚାର୍ଜ ସତ୍ୟନାରାୟଣ ଦାସ, କନେଷ୍ଟବଳ ସୁରେଶ ଭୋଇ, ଡୋଲେଶ୍ୱର କୁମର, ଦେବାର୍ଚନ ଭୋଇଙ୍କ ସହ କଣ୍ଟାବାଞ୍ଜି ପୁଲିସ କର୍ମଚାରୀମାନେ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe