‘କପଡାଗନ୍ଦା‘ ଓ ‘ଇଡିତା‘କୁ ମିଳିବ ଜିଆଇ ଟ୍ୟାଗ୍‌ର ମାନ୍ୟତା

Advertisment
‘କପଡାଗନ୍ଦା‘ ଓ ‘ଇଡିତା‘କୁ ମିଳିବ ଜିଆଇ ଟ୍ୟାଗ୍‌ର ମାନ୍ୟତା

ରାୟଗଡ଼ା: ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ଭଗୈାଳିକ ସୂଚକା (ଜିଆଇ)ଙ୍କ ଟ୍ୟାଗ୍‌ ପାଇବା ପାଇଁ ଶେଷ ପର୍ଯ୍ୟାୟରେ ପହଂଚିଛି। ଏହି କ୍ରମରେ ରାୟଗଡା ଜିଲ୍ଳାର ନିୟମଗିରି ପାହାଡ ପାଦ ଦେଶରେ ରହୁଥିବା ବିରଳ ଡଙ୍ଗରିଆ କନ୍ଧ ସଂପ୍ରଦାୟର ମହିଳାମାନଙ୍କ ଦ୍ୱାରା ନିଜ ହାତରେ ବୁଣାଯାଉଥିବା ଆର୍କଷଣୀୟ ଏମ୍ବ୍ରୋଇଡରୀ ଶାଲ୍ ‘କପଡାଗନ୍ଦା’କୁ ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏସନ ଏବଂ ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଂଚଳର ଲାଜିଂଆ ସଉରାଙ୍କ ଦ୍ୱାରା କାନ୍ଥଗୁଡ଼ିକରେ ଅଙ୍କା ଯାଉଥିବା ସୁନ୍ଦର ‘ଇଡିତାଲ’ଚିତ୍ରକୁ ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଇଡଲ ଇଡିତାଲ ଆସୋସିଏସନ ଏବଂ ଉଭୟଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ବିଭାଗ ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକଙ୍କ ଦ୍ୱାରା ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଆବେଦନ କରାଯାଇଥିଲା। ଡଙ୍ଗରିଆ କନ୍ଧଙ୍କ କପଡାଗୁଡ଼ା ଶାଲ୍ ଜିଆଇ ଟ୍ୟାଗ ମାନ୍ୟତା ପାଇବା ନିମନ୍ତେ ୨୦୨୦-୨୧ବର୍ଷରେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ବର୍ଷରେ ଲାଂଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା।

publive-image

ଏବେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଟ୍ୟାଗ ଜୋର୍ନାଲରେ ପ୍ରକାଶିତ ହୋଇଛି।କପଡାଗନ୍ଦା ଶାଲ ଚାହିଦା ଆନ୍ତର୍ଜାତୀୟ ବଜାରରେ ରହିଥିବା ବେଳେ ଇଡିତାଲ ଚିତ୍ର ମଧ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧ ଲାଭ କରିବାରେ ଲାଗିଥିବାରୁ ଉଭୟ ଆସୋସିଏସନ ତରଫରୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା। ବର୍ତମାନ ଚେନ୍ନାଇ ଭିତ୍ତିକ ଭଗୈାଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ପଂଜିକରଣ ପାଇଁ ଜାତୀୟ ସଂସ୍ଥା ନିକଟରେ ଓଡିଶାର ନୟାଗଡର କଂଟେଇମୁଣ୍ଡି ବାଇଗଣ, କୋରାପୁଟର କଳାଜୀରା,୭ଟି ଉତ୍ପାଦ ପାଇଁ ବିଞାପନ କରିଛି।ଯଦି କୈାଣସି ବ୍ୟକ୍ତିଙ୍କ ଠାରୁ ଏହି ୭ଟି ଉତ୍ପାଦକୁ ବିରୋଧ ନ ହୁଏ ତେବେ ଏଗୁଡିକ ଜିଆଇ ରେଜିଷ୍ଟ୍ରିରେ ପ୍ରବେଶ ହେବ ଏବଂ ଉତ୍ପାଦ ସପକ୍ଷରେ ପଂଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ସମସ୍ତ ଉତ୍ପାଦଗୁଡିକ ଖାଦ୍ୟ, ହସ୍ତତନ୍ତ ଏବଂ କୃଷି ବିଭାଗ ୍‌ଅଧିନରେ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି।ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପାଇଁ ଆହୁରି ଚାରିରୁ ପାଂଚ ମାସ ସମୟ ନେଇପାରେ ବୋଲି ଜଣାପଡିଛି।ଏଥିପୂର୍ବରୁ ଜିଆଇ ରେଜିଷ୍ଟ୍ରର ବିଶେଷଞ ଗୋଷ୍ଠୀ ଆବେଦନକାରୀଙ୍କୁ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଭାଗରେ ଏଭଳି ଉତ୍ପାଦିତ ଅନନ୍ୟତା ପ୍ରତିଷ୍ଠା କରୁଥିବା ଏକ ତୁଳନାତ୍ମକ ବିଶ୍ଳେଷଣ ରିପୋର୍ଟ ଦାଖଲ କରିବାକୁ କହଥିଲେ। ରାୟଗଡା ଜିଲ୍ଳାର ଏହି ଦୁଇଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ଖବର ପ୍ରସାରିତ ହେବା ପରେ ଜିଲ୍ଳାରେ ଖୁସିର ଲହରି ଖେଳିଯାଇଛି। କପଡାଗନ୍ଦା ଓ ଇଡିତାଲକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ବହୁଳ ବଜାରିକରଣ ନିମନ୍ତେ ରାୟଗଡା ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ସୁବିଧାସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe