କପାସିରା ଅନାହାର ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ

Advertisment
କପାସିରା ଅନାହାର ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ

ଅମ୍ବାଭୋନା : ଅମ୍ବାଭୋନା ବ୍ଲକ୍‌ କପାସିରା ଗାଁରେ ଲକ୍ଷ୍ମୀ ମିର୍ଧାଙ୍କ ଅନାହାରରେ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ପ୍ରଶାସନିକ ଟିମ ଗୁରୁବାର ଘଟଣାର ତଦନ୍ତ କରିଛନ୍ତି। ବିଡିଓ ତଥା ତହସିଲ୍‌ଦାର ସହଦେବ ସମଧିଆଙ୍କ ନେତୃତ୍ୱରେ ବରିଷ୍ଠ କିରାଣି ସୁଶାନ୍ତ ମିଶ୍ର, ଏଇଇ ରଶ୍ମିତା ନାୟକ, ଆରଆଇ ମଣିକର ବାଗ, ବ୍ଲକ୍‌ ଯୋଗାଣ ନିରୀକ୍ଷକ ଅଜୟ କେର୍କେଟା, କପାସିରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଂଗାଧର ବନଛୋର, ସରପଞ୍ଚ ବିଷ୍ଣୁ ପ୍ରଧାନ, ଓ୍ଵାର୍ଡ ସଭ୍ୟ ଏବଂ ଜିଆରଏସ ପ୍ରତାପ ପଧାନ ପ୍ରମୁଖ ଆଲୋଚନା କରିଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ପ୍ରାଥମିକ ସହାୟତା ସହ ୨୦ କେଜି ଚାଉଳ ପ୍ରଦାନ କରାଯାଇଛି। ମୃତ ଲକ୍ଷ୍ମୀଙ୍କ ରାସନ କାର୍ଡର ୨ ମାସ ବାବଦକୁ ୭୦ କେଜି ଚାଉଳ ସହ ପରିବାରର ଭିନ୍ନକ୍ଷମ ଜୟନ୍ତୀ ମିର୍ଧା (୩୨)ଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଚାଉଳ ଅଭାବର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା’ର ବିକଳ୍ପ ସୁବିଧା ଓ ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe