ନବୀନଙ୍କୁ ଭେଟିଲେ କପିଲ ଶର୍ମା: ଓଡ଼ିଶା ଭଳି ଆପଣଙ୍କ ହୃଦୟ ମଧ୍ୟ ବେଶ୍‌ ସୁନ୍ଦର

Advertisment
ନବୀନଙ୍କୁ ଭେଟିଲେ କପିଲ ଶର୍ମା: ଓଡ଼ିଶା ଭଳି ଆପଣଙ୍କ ହୃଦୟ ମଧ୍ୟ ବେଶ୍‌ ସୁନ୍ଦର

ଭୁବନେଶ୍ବର : କମେଡିଆନ୍ କପିଲ ଶର୍ମା ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। କପିଲଙ୍କ ସହିତ ଅଭିନେତ୍ରୀ ତଥା ନିର୍ଦେଶିକା ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଫଟୋ କପିଲ ନିଜର ଟ୍ବିଟରରେ ସେୟାର କରିଛନ୍ତି। କପିଲ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ‘ଆପଣଙ୍କ ଚମତ୍କାର ଆତିଥେୟତା ପାଇଁ ଧନ୍ୟବାଦ। ଓଡ଼ିଶା ଭଳି ଆପଣଙ୍କ ହୃଦୟ ମଧ୍ୟ ବେଶ ସୁନ୍ଦର। ଓଡ଼ିଶା ସବୁବେ‌ଳ ପାଇଁ ମୋ ହୃଦୟରେ ରହିବ। କୃତଜ୍ଞତା...।’ ଓଡ଼ିଶାର ସୁନ୍ଦର ସଂସ୍କୃତି ଓ ପରମ୍ପରା ସହ ତାଙ୍କୁ ପରିଚିତ କରାଇଥିବାରୁ ନନ୍ଦିତାଙ୍କୁ ମଧ୍ୟ କପିଲ ଧନ୍ୟବାଦ ଜଣାଇଛନ୍ତି। ଆଜିର ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ କପିଲ ଓ ନନ୍ଦିତାଙ୍କୁ ଓଡ଼ିଶା ହକିର ଜର୍ସି ଓ କଳାକୃତି ଉପହାର ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ନନ୍ଦିତା ଦାସଙ୍କ ନିର୍ଦେଶିତ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ କପିଲ ଶର୍ମା ଗତ କିଛିଦିନ ହେବ ଭୁବନେଶ୍ବରରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଜଣେ ଡେଲିଭରି ବଏର ଭୂମିକାରେ ନଜରକୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe