କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଖଞ୍ଜାଯିବ କ୍ୟାମେରା

Advertisment

, ବ୍ୟୟ ହେବ ୨୫ ଲକ୍ଷ ଟଙ୍କା

, ବ୍ୟୟ ହେବ ୨୫ ଲକ୍ଷ ଟଙ୍କା

କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଖଞ୍ଜାଯିବ କ୍ୟାମେରା

ଢେଙ୍କାନାଳ(ପ୍ରସନ୍ନ ପଟ୍ଟନାୟକ): ନଭେମ୍ବର ମାସ ସୁଦ୍ଧା ବନ୍ଧାହେଲେଣି ୨୫ଶିକାରୀ। ଜବତ ହେଲାଣି ୭ଟା ବନ୍ଧୁକ। ତା’ସାଙ୍ଗକୁ ଧରାହେଲାଣି ଆହୁରି ଅନେକ ହାତ ହତିଆର। ବଜ୍ରକାପ୍ତା ଭଳି ବିରଳ ପ୍ରାଣୀ ଏବଂ ବାଘ, ହରିଣ ଚମଡ଼ା ବି କପିଳାସ ଅଭୟାରଣ୍ୟରୁ ଠାବ ହେଲାଣି। ଜଙ୍ଗଲ ମାଫିଆଙ୍କର ଯେଉଁ କାରନାମା ସବୁ କପିଳାସ ଅଭୟାରଣ୍ୟରେ ଲୁଚି ରହିଥିଲା, ନୂଆ ଆଇଏଫ୍ଏସ୍ ଅଫିସର ପ୍ରକାଶ ଚାନ୍ଦ୍ ଗୋଗିନେମିଙ୍କ ଦାୟିତ୍ବ ଗ୍ରହଣ ପରେ ସେ ସବୁର କେବଳ ପର୍ଦ୍ଦାଫାସ ହୋଇନାହିଁ, ବରଂ ଜଙ୍ଗଲ ଭିତରେ ଲୁଚି ଜଙ୍ଗଲକୁ ଲୁଟୁଥିବା ଆହୁରି ଅଧାରୁ ଅଧିକ ମାଫିଆଙ୍କର ହୃତ୍ କମ୍ପନ ବି ବଢ଼ାଇ ଦେଇଛି।

ଅଭୟାରଣ୍ୟ ଭିତରେ ଶିକାରୀ, ମାଫିଆଙ୍କୁ ଧରପଗଡ଼ ପାଇଁ ନୂଆ ଯୋଜନା ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ। କପିଳାସ ଅଭୟାରଣ୍ୟର ଇଞ୍ଚେ ଇଞ୍ଚେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶହେ କ୍ୟାମେରା ମାଗିଛି ବନ ବିଭାଗ। ପୂରା କପିଳାସ ଅଭୟାରଣ୍ୟକୁ କ୍ୟାମେରା ଲେନ୍ସରେ ନଜରବନ୍ଦୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ।

ଉଲ୍ଲେଖଯୋଗ୍ୟ, ୧୩୫ବର୍ଗ କିଲୋମିଟର ବ୍ୟାପ୍ତ କପିଳାସ ଅଭୟାରଣ୍ୟ ଢେଙ୍କାନାଳ ଜିଲ୍ଲାର ସବୁଜ ଘର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଏ ସମ୍ପୂର୍ଣ୍ଣ ଅଭୟାରଣ୍ୟକୁ ମ୍ୟାପ୍ରେ ୬୦ଭାଗ କରାଯାଇଛି। ପ୍ରତି ଦୁଇ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗୋଟିଏ ଗୋଟିଏ ଜୋନ୍ କରାଯାଇଛି। ଏହି ଜୋନ୍ ଗୁଡ଼ିକରେ କେମିତି ଜଙ୍ଗଲକୁ ଏବଂ ଜନ୍ତୁମାନଙ୍କୁ ଲୁଟ୍ ଚାଲିଛି ତା’ର ପ୍ରତ୍ୟକ୍ଷ ପ୍ରମାଣ ନିକଟ ଅତୀତରେ ବନ ବିଭାଗ ପାଇ ସାରିଛି। ଜଣେ ଶିକ୍ଷକ ପାଖରୁ ବାଘ ଚମଡ଼ା ଜବତ ଘଟଣା ହେଉ ଅଥବା ଢେଙ୍କାନାଳର ବଜ୍ରକାପ୍ତାକୁ ବିଦେଶକୁ ଚାଲାଣ କରିବା ଘଟଣା ପ୍ରତ୍ୟକ୍ଷଭାବେ ଦର୍ଶାଇ ଦେଉଛି ଯେ, ଢେଙ୍କାନାଳର ବନ ସମ୍ପତ୍ତି ଉପରେ ବିଦେଶୀଙ୍କର ବି ଆଖି ପଡ଼ିଲାଣି।

publive-image Image Courtesy: youtube

ତେଣୁ, କପିଳାସ ଅଭୟାରଣ୍ୟକୁ ତୃଣମୂଳସ୍ତରରୁ ସୁରକ୍ଷିତ ରଖିବା ପାଇଁ ୬୦ଟି ଯାକ ଜୋନ୍ ଉପରେ ଫୋକସ କରାଯାଇଛି। ପ୍ରତି ଜୋନ୍ରେ ଅନ୍ତତଃ ଗୋଟିଏ କ୍ୟାମେରା ଖଞ୍ଜାଯିବ। ସେହି ଜଙ୍ଗଲ ଅଞ୍ଚଳକୁ କିଏ କେତେବେଳେ ଗଲା? ତାହାର ଫଟୋ କ୍ୟାମେରା ଉତ୍ତୋଳନ କରିବ। ଏହାଦ୍ବାରା ପୂରା ଅଭୟାରଣ୍ୟର ପ୍ରତ୍ୟେକ କୋଣ ଅନୁକୋଣ ସୁରକ୍ଷିତ ଦଲାଲଙ୍କ ଦାଉରୁ ସୁରକ୍ଷିତ ରହିବ ପାରିବ ବୋଲି ଡିଏଫ୍ଓ ଶ୍ରୀ ଗୋଗିନେମୀ ଆଶା ପ୍ରକାଶ କରିଛନ୍ତି। ଏଥିପାଇଁ କିଛି ଦିନ ତଳେ ପିସିସିଏଫ୍ଙ୍କୁ ଆମେ ଏକ ଚିଠି ଲେଖିଛୁ। କାମ୍ପା ପାଣ୍ଠିରୁ ଅନ୍ତତଃ ଶହେ କ୍ୟାମେରା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ସମ୍ଭବତଃ ମାର୍ଚ୍ଚ ମାସ ପାଖାପାଖି କ୍ୟାମେରା ଆମକୁ ମିଳି ଯିବ ବୋଲି ଆଶା କରୁଛୁ। ଏଥିରେ ପାଖାପାଖି ୨୦/୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଉଛି ବୋଲି ଡିଏଫ୍ଓ ଶ୍ରୀ ଗୋଗିନେମି ‘ସମ୍ବାଦ’କୁ କହିଛନ୍ତି।
କେବଳ କ୍ୟାମେରା ଟ୍ରାପ୍ ନୁହେଁ, ୱାଚ୍ ଟାୱାର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଜଙ୍ଗଲ ଭିତରେ ଆଉ କିଛି ୱାଚ୍ ଟାୱାର ତିଆରି କରିବାକୁ ଭବିଷ୍ୟତ ଯୋଜନା ରହିଛି। ଟାୱାର ଉପରେ ରହି ଜଙ୍ଗଲକୁ ନିରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି। ସେଥିପାଇଁ ୱାଚର ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଥିବା ସେ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ବନଖଣ୍ଡରୁ ୨୫ଶିକାରୀ ବନ୍ଧା ହେଲେଣି। ଅନ୍ୟ ଜଙ୍ଗଲ ମାମଲାରେ ଆହୁରି ୮ ଗିରଫ ହୋଇଛନ୍ତି। ୭ଟା ବନ୍ଧୁକ ବି ଜବତ ହୋଇଛି। ୨ଲକ୍ଷ ୮୦ହଜାର ଟଙ୍କା ଜରିମାନା ବି ଆଦାୟ ହୋଇଛି। ଆହୁରି ଅଧାରୁ ଅଧିକ ଶିକାରୀ ଥିବା ଆମେ ଅନୁମାନ କରୁଛୁ। ସମସ୍ତଙ୍କୁ ଧରପଗଡ଼ କରି କପିଳାସ ଅଭୟାରଣ୍ୟକୁ କେମିତି ଶିକାର ମୁକ୍ତ କରାଯିବ ସେଥିପାଇଁ ବିଭିନ୍ନ ଉଦ୍ୟମ କରାଯାଉଛି ବୋଲି ଡିଏଫ୍ଓ ଶ୍ରୀ ଗୋଗିନେମି କହିଛନ୍ତି। ଜଙ୍ଗଲ ଆଇନ୍ ଖିଲାପି ପାଇଁ ଆଉ ୮ ବି ହୋଇଛନ୍ତି ଗିରଫ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe