ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର କର କ୍ଳିନିକ୍‌ ଯିବାକୁ ମନା କଲା ସ୍ବାସ୍ଥ୍ୟ ବିଭାଗ

Advertisment
ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର କର କ୍ଳିନିକ୍‌ ଯିବାକୁ ମନା କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟର ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କର ଅନୁସନ୍ଧାନ କରାଯାଇଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ଜନସାଧାରଣଙ୍କର ଅବଗତି ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇକି ଟୁଇଟ କରାଯାଇଛି । ଏହି ଟୁଇଟରେ ଭୁବନେଶ୍ବର ସ୍ଥିତ କର କ୍ଳିନିକ୍‌ ଏବଂ ହସ୍ପିଟାଲକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ କି ତୃତୀୟ କରୋନା ରୋଗୀଙ୍କ ବୟଷ ୬୦ ବର୍ଷ ।

ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe