ବିଶୁଦ୍ଧ କରାଗଲା ଭୁବନେଶ୍ୱରର କର କ୍ଲିନିକ, ଯୋଗାଇବ ଜରୁରୀ ସେବା

ବିଶୁଦ୍ଧ କରାଗଲା ଭୁବନେଶ୍ୱରର କର କ୍ଲିନିକ, ଯୋଗାଇବ ଜରୁରୀ ସେବା

image source-karhospitals.com

ଭୁବନେଶ୍ୱର: ରାଜ୍ୟର ୩ୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିବା ପରେ ବନ୍ଦ ଥିବା ଭୁବନେଶ୍ୱରର କର କ୍ଲିନିକ୍ ଆଜି ପୁଣି ଖୋଲିଛି।ହସ୍ପିଟାଲର ସଂପୂର୍ଣ୍ଣ ବିଶୁଦ୍ଧିକରଣ ହେବା ପରେ ଏହା ଚାଲୁ ହୋଇଛି । ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଅଆଯାଇଛି।  ଏହାପରେ ଡାଏଲିସିସ୍ ଭଳି ଜରୁରୀକାଳୀନ ନିରନ୍ତର ଚିକିତ୍ସା ଯୋଗାଇବାକୁ ପରାମର୍ଶ ଦିଆଯାଇଛି। ତଥାପି, ତୃତୀୟ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକର କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଡିଏଚଏସ୍ ଦ୍ବାରା ଜାରି କରାଯାଇଥିବା ନିୟମ ଅନୁସରଣ କରାଯିବାକୁ କୁହାଯାଇଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe