କର୍ମଚାରୀ ଭବନ ଠିକଣା ବଦଳିଲା

Advertisment
କର୍ମଚାରୀ ଭବନ ଠିକଣା ବଦଳିଲା

ଭୁବନେଶ୍ୱର : ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିିତିର କେନ୍ଦ୍ରୀୟ କାର୍ଯ୍ୟାଳୟ ‘କର୍ମଚାରୀ ଭବନ’ର ଠିକଣା ବଦଳିଛି। ଏଣିିକି ସ୍ଥାନୀୟ ୟୁନିଟ୍‌-୨, ରୋଡ୍‌ ନଂ-୧୪ସ୍ଥିତ ଏକ ସରକାରୀ କ୍ୱାଟର୍ସରେ ଏହି କାର୍ଯ୍ୟାଳୟ ଚାଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ମାହାଲ ନିର୍ଦେଶକ ଓ ସମନ୍ଵୟ ସମିତିର ସାଧାରଣ ସଂପାଦକ ବ୍ରଜ କିଶୋର ନନ୍ଦଙ୍କ ମଧ୍ୟରେ ଏକ ଚୁକ୍ତିନାମା ସଂପାଦିତ ହୋଇଛି। ଶ୍ରୀ ନନ୍ଦ ଇସ୍ତାହାରରେ କହିଛନ୍ତି, ୟୁନିଟ୍‌-୫ସ୍ଥିତ ପୁରାତନ କର୍ମଚାରୀ ଭବନ ଓ ତତ୍‌ସଂଲଗ୍ନ କାର୍ଯ୍ୟାଳୟକୁ ଭଙ୍ଗାଯାଇ ଏକ ବହୁତଳ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଅସ୍ଥାୟୀ ଭାବେ ଏହି ଗୃହ ସମନ୍ଵୟ ସମିତିକୁ ଯୋଗାଇ ଦିଆଯାଇଛି। ଏଥିପାଇଁ ସମନ୍ଵୟ ସମିତି ପକ୍ଷରୁ ଅସିତ୍‌ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, ପ୍ରସନ୍ନ ମିଶ୍ର, ସୁନନ୍ଦ କାନୁନ୍‌ଗୋ, ବସନ୍ତ ସ୍ୱାଇଁ, ବିଜୟ ବିଶ୍ୱାଳ, ଦିଲ୍ଲୀପ ସାମନ୍ତରାୟ, ହାଡିବନ୍ଧୁ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe