କାର୍ତ୍ତିକ ପ୍ରଥମ ସୋମବାର ଆଜି: ଖୋଲିବନି ଗୁପ୍ତେଶ୍ୱର ପୀଠ!

କୋରାପୁଟରେ କରୋନା କଟକଣା: ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମାନୁଷ୍ଠାନ ବନ୍ଦ 

youtube.com

ଜୟପୁର/ବୈପାରୀଗୁଡା : ଗତକାଲି କୁମାର ପୁର୍ଣ୍ଣିମା ପରେ ଆଜି ଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଛି। ସେଇଭଳି ଆସନ୍ତାକାଲି ପ୍ରଥମ ସୋମବାର। ଏହି ଦିନରେ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ଶୈବପୀଠକୁ ଯାଇ ପୂଜାଅର୍ଚ୍ଚନା କରିଥାନ୍ତି। ଅବିଭକ୍ତ କୋରାପୁଟ, ଛତିଶଗଡ, ତେଲଙ୍ଗାନା, ଆନ୍ଧ୍ର, କଳାହାଣ୍ଡିର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତି ବର୍ଷ କାର୍ତ୍ତିକ ମାସର ୪ଟି ଯାକ ସୋମବାର ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକରେ ଥିବା ଗୁପ୍ତେଶ୍ୱର ପୀଠକୁ ଯାଇ ପୂଜା ଅର୍ଚ୍ଚନା କରି ଫେରିଥାନ୍ତି। ତେବେ ଗତ ଶ୍ରାବଣମାସରେ ଶ୍ରଦ୍ଧାଳୁମାନେ ଜଳ କାଉଡିରେ ନେଇ ଜଳଲାଗି କରି ପାରି ନଥିଲେ। ନିରାଶ ହୋଇ ପଡ଼ିଥିଲେ ବହୁ ମାନସିକଧାରୀ।

publive-image youtube.com

ଦୀର୍ଘ ୫ ମାସରୁ ଉର୍ଦ୍ଧ୍ବ ହେବ ମନ୍ଦିର ଗୁଡିକରେ ଭକ୍ତଙ୍କୁ ଦର୍ଶନ ମିଳୁନି। କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। କିନ୍ତୁ ଏବେ ରୋଗ ସମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ବନ୍ଦ ହୋଇଥିବା ଅନେକ ଅନୁଷ୍ଠାନ ଅନଲକର ବିଭିନ୍ନ ପର୍ଯ୍ୟାୟରେ ଖୋଲିବା ଆରମ୍ଭ ହୋଇଛି। ସେହି ନ୍ୟାୟରେ ସରକାର ଭଗବାନ ଓ ଭକ୍ତର ଧର୍ମୀୟ ଭାବନାକୁ ଆଖି ଆଗରେ ରଖି ମନ୍ଦିର ଖୋଲିବାକୁ ଚିନ୍ତା କରିଛନ୍ତି। କିନ୍ତୁ ମନ୍ଦିର ଖୋଲିଲେ କେତେ ଭକ୍ତ ଆସିବେ, ଭିଡ଼ ହେବ କି ନାହିଁ, ମନ୍ଦିର ପରିସରରେ ଏକାସଙ୍ଗେ କେତେ ଭକ୍ତ ଦର୍ଶନ କରିବେ, ସାମାଜିକ ଦୂରତାକୁ ବଜାୟ ରଖି ହେବକି ନାହିଁ ସେ ନେଇ ସ୍ଥିତି ପରିଖିବାକୁ ସରକାର ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦେଇଛନ୍ତି। ମନ୍ଦିର ଖୋଲିବାକୁ ନେଇ ସେଭଳି କିଛି ପ୍ରସ୍ତାବ କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର।

publive-image Odisha Tourism Places

ଅଧିକା ଶ୍ରଦ୍ଧାଳୁ ଭକ୍ତ ପ୍ରତିବର୍ଷ ଆସନ୍ତି, ତେବେ ଏହି ବର୍ଷ ଗୁପ୍ତେଶ୍ବର ପୀଠ ଖୋଲିବାକୁ ନେଇ ଦେବୋତ୍ତର ଉପଦେଷ୍ଟା କମିଟି ପକ୍ଷରୁ କିଛି ବୈଠକ ହୋଇ ନାହିଁ। ତେବେ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ଖୋଲାଯିବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜୟପୁର ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର। ଆସନ୍ତାକାଲି ମନ୍ଦିର ଖୋଲାଯିବ। କିନ୍ତୁ କରୋନା ପର ଠାରୁ ଯେଭଳି ରିତିନୀତି , ପରାମ୍ପରାରେ ପୂଜା ଅର୍ଚ୍ଚନା ଆଦି ପୂଜକ ମାନେ କରି ଆସୁଥିଲେ ସେଭଳି କରିବେ, ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଜିଲ୍ଲାପ୍ରଶାସନର କିଛି ନିଷ୍ପତି ନ ଆସିବା ପର୍ଯ୍ୟନ୍ତ ଛଡାଯିବ ନି ବୋଲି କହିଛନ୍ତି ଦେବୋତ୍ତର ଅଧିକାରୀ ଶ୍ରୀ ମହାପାତ୍ର। ହଜାର ହଜାର ଭକ୍ତଙ୍କ ମନର ଭାବନା, ଶ୍ରଦ୍ଧା, ମାନସିକ ଓ ଆଧ୍ୟାତ୍ମିକତାକୁ ଦୃଷ୍ଟିରେ ରଖି ଖୋଲାଯିବା ପାଇଁ ଜିଲ୍ଲାପ୍ରଶାସନ ଅନୁମତି ପ୍ରଦାନ କରିବା କଥା ବୋଲି କହିଛନ୍ତି ଦେବୋତ୍ତର ଉପଦେଷ୍ଟା କମିଟିର ସଭାପତି ଆଇନଜୀବୀ ଲାଲୁ ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe