ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

Advertisment

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ହେଲେ....

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ହେଲେ....

Untitled-24

ପୁରୀ: ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ହେଲେ ନାଟମଣ୍ଡପକୁ ଖାଲି କରିପାରିଲାନି ଶ୍ରୀମନ୍ଦିର ପ୍ରଶାସନ। ନାମଣ୍ଡପ ସାରା ଆଲମାରି, ଗରା, ଥାଳି, ଭୋଗପେଡ଼ି, ଭୋଗ ଝୁଡ଼ି, ବାକ୍ସ, ପ୍ରଶାସନ ପକାଇଥିବା ଷ୍ଟିଲ୍‌ର ଷ୍ଟାଣ୍ଡ୍‌, ଠାକୁରଙ୍କ ଓଲାରି ଲୁଗାପଟା ରଖିବା ପାଇଁ ଅସ୍ଥାୟୀ ଆଲଣା, ହୁଣ୍ଡି ଓ ବ୍ୟାଙ୍କ୍‌ ଲକର ହଟାଯାଇ ପାରିନାହିଁ। ଫଳରେ ମାସ ସାରା ଶୃ୍ଙ୍ଖଳିତ ଦର୍ଶନ ବାଧାପ୍ରାପ୍ତ ହେବା ଥୟ ହୋଇଛି। ପରିଚାଳନା କମିଟି ବୈଠକରେ ଏସବୁ ହଟାଇବା ପାଇଁ ନିଷ୍ପତ୍ତି ହୋଇଛି। ତେବେ କେବଳ କିଛି ନିର୍ଦ୍ଦିଷ୍ଟ ଆଲମାରିକୁ ହଟାଇ ଦେଇ ପ୍ରଶାସନ ବସିଯାଇଛି। ଏଣୁ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନରେ ବ୍ୟାପକ ବିଶୃଙ୍ଖଳା ଜଳଜଳ ଦିଶୁଛି। 

ଗତବର୍ଷ ପରିଚାଳନା କମିଟି ବୈଠକରେ ନାଟମଣ୍ଡପରେ ଥିବା ସମସ୍ତ ଆଲମାରି ଖାଲି କରିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଆଧାରରେ ପ୍ରାୟ ୮୦ ପ୍ରତିଶତ ଖାଲି କରିଦିଆଯାଇଥିଲା। ୨୦ ପ୍ରତିଶତ ଆଲମାରି ପ୍ରଶାସନର ଜାଣତରେ ରଖାଯାଇଥିଲା। ଏଥିରେ ଠାକୁରଙ୍କର କିଛି ସାମଗ୍ରୀ ରହୁଥିବା ଦର୍ଶଯାଇଥିଲା। ଏବେ କିନ୍ତୁ ନୂଆ ନୂଆ ଆଲମାରି ପଡ଼ୁଛି। ବଢ଼ିବଢ଼ି ଏହି ସଂଖ୍ୟା ଏବେ ୯ରେ ପହଞ୍ଚିଲାଣି। ଏଥିରେ ସେବାୟତମାନଙ୍କର ବିଭିନ୍ନ ଉପକରଣ ରହୁଛି। ୯ଟି ଯାକ ଆଲମାରି କିଛି ବି ଠାକୁରଙ୍କ କାମରେ ଲାଗୁନି। କିଛି ନିର୍ଦ୍ଦିଷ୍ଟ ନିଯୋଗର ବରିଷ୍ଠ ସେବାୟତମାନେ ଏଭଳି ଜବରଦଖଲ କରିଛନ୍ତି। ଏ କଥା ପ୍ରଶାସନ ଜାଣି ବି ଉଚ୍ଛେଦ କରିବାକୁ ସାହସ ଜୁଟାଇ ପାରୁନାହିଁ। ଠାକୁରଙ୍କ ନାଁ କହି ପ୍ରଶାସନ ଖସିଯାଉଛି। 

ବାହାରକାଠ ସାମନାରେ ୩ଗରା ଓ ଦୁଇଟି ବାକ୍ସ ପଡ଼ିଛି। ଏଥିରେ ଭକ୍ତମାନେ ଦାନ ଦକ୍ଷିଣା ପକାଉଛନ୍ତି। କୌତୁହଳର କଥା ହେଉଛି ଏହି ଗରା ଓ ବାକ୍ସ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଢ଼ଫୁଟ୍‌ ଓସାର ଓ ୩ ଫୁଟ୍‌‌ ଉଚ୍ଚାର ଏକ ଷ୍ଟିଲ୍‌ର ଷ୍ଟାଣ୍ଡ୍‌ ତିଆରି କରିଛି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ମୁତାବକ, ନାଟମଣ୍ଡପରେ ଏଭଳି ଗରା, ଥାଳି, ବାକ୍ସ ରହିବନାହିଁ। ଯାହା ଅଛି ତୁରନ୍ତ ହଟାଅ। ଏହି ଆଦେଶକୁ ୬ ବର୍ଷ ପୂରିବାକୁ ଯାଉଛି। ହେଲେ ଏହାକୁ ହଟାଇବା ପରିବର୍ତ୍ତେ, ପ୍ରଶାସନ ଷ୍ଟିଲ୍‌ ଷ୍ଟାଣ୍ଡ୍‌ ତିଆରି କରି ପ୍ରୋତ୍ସାହିତ କରିଛି। ସେହିଭଳି ହୁଣ୍ଡି ହଟାଇବାକୁ ପ୍ରଥମେ ଆମିକସ୍‌ କ୍ୟୁରି ପ୍ରସ୍ତାବ ଦେଇଥିଲେ। ଏହା ପରେ ଧାଡ଼ି ଦର୍ଶନରେ ବାଧା ହେବା ନେଇ ଏହାକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ବୀକୃତି ଦେଇ ସାରିଛନ୍ତି। ହୁଣ୍ଡି ଓ ଏହାକୁ ଲାଗି ରହିଥିବା ୟୁକୋ ବ୍ୟାଙ୍କ୍‌ର ଲକର୍‌ ମଧ୍ୟ ହଟାଇବାକୁ ଯୋଜନା ଥିଲେ ମଧ୍ୟ ହଟିନାହିଁ। ଫଳରେ ପ୍ରବଳ ଭିଡ଼ ସମୟରେ ଏହିସବୁ ଶୃଙ୍ଖଳିତ ଦର୍ଶନରେ ବାଧକ ହେବ। ଅନ୍ୟପଟେ ଗରୁଡ଼ ସ୍ତମ୍ଭ ସାମନାରେ ଥାଳି ପଡ଼ିଛି। ଏହାକୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ସମେତ ପରିଚାଳନା କମିଟି ବଧ୍ୟ ସୁପାରିସ କରିଛି। ହେଲେ ଶ୍ରୀମନ୍ଦିର ପ୍ରଶାସନର ଜୁ’ ପାଉ ନାହିଁ। ଏହି ଥାଳିକୁ ଲାଗି ଏକ ଦୀପ ଷ୍ଟାଣ୍ଡ ପଡ଼ିଛି। ୨୦୦୪ ମସିହାରୁ ଏହି ଦୀପ ଷ୍ଟାଣ୍ଡ  ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ ପକାଇଛି। ଏଥିରେ ଦୀପ ଲାଗୁଥିବାରୁ ତେଲ ଯୋଗୁ ଚଟାଣ ଚିକ୍କଣ ହେବାରୁ ଅଘଟଣ ଘଟୁଛି। ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ପଡ଼ି ଯାଉଛନ୍ତି। ଏ ସବୁ ହଟିବା ଜରୁରି ହୋଇଛି। ନଚେତ୍‌ କାର୍ତ୍ତିକମାସରେ ଆସୁଥିବା ବରିଷ୍ଠ ନାଗରିକ ଏଠାରେ ପଡ଼ି ଆହତ ହେବେ। 
ଗରୁଡ଼ସ୍ତମ୍ଭର ବାମ ପାର୍ଶ୍ବରେ ଏକ ବଡ଼ ଖଟିଆ ପଡ଼ିଛି। ଏହା ହଟିଲେ ଆହୁରି ଖାଲି ଜାଗା ମିଳିବ। ମଝିରେ ପ୍ରଶାସନ ଲୁହା ବାରିକେଡ୍‌ ପକାଇ ଅବରୋଧ କରିଛି। ଏହା ମଧ୍ୟ ଶୃଙ୍ଖଳିତ ଦର୍ଶନରେ ବାଧାପ୍ରାପ୍ତ ହେବ। ଏଣୁ ଏ ସବୁ ହଟାଇବା ଜରୁରି ହୋଇଛି। କାରଣ ଭିତରକାଠ ଦର୍ଶନ ଅବଧିକୁ ସଙ୍କୁଚିତ କରିଦିଆଯାଇଛି। ସର୍ବାଧିକ ଭକ୍ତ ସର୍ବାଧିକ ସମୟରେ ବାହାରକାଠ ଦର୍ଶନ କରୁଛନ୍ତି। ଏଣୁ ଏହି ଲୁହା ବାଡ଼କୁ ହଟାଇବାକୁ ଦାବି କରିଛନ୍ତି ଆଇନଜୀବୀ ଦିଲୀପ ବରାଳ।  

ପଣ୍ଡାଦ୍ବାର ସବୁ ସମୟରେ ବନ୍ଦ ରଖାଯାଉଛି। ସାତପାହାଚରେ ଭକ୍ତ ଆସିବା ପରେ ନାଟମଣ୍ଡପରେ ଦର୍ଶନ କରି ପୁଣି ପ୍ରତ୍ୟାବର୍ତ୍ତନ କରୁଛନ୍ତି। କେବଳ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଯେତେବେଳେ ଗର୍ଭଗୃହକୁ ବୁହା ହେଉଛି ସେହି ସମୟରେ ପଣ୍ଡାଦ୍ବାର ବନ୍ଦ ରଖି ଅନ୍ୟ ସବୁ ସମୟରେ ଖୋଲା ରଖାଯାଆନ୍ତା ତେବେ ନାଟମଣ୍ଡପରେ ଅନାବଶ୍ୟକ ଭିଡ଼ ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି। ଭିଆଇପି ପଏଣ୍ଟ ମଧ୍ୟ ବାଧକର ଅନ୍ୟତମ କାରଣ ହେଉଛି। ଏହାକୁ ହଟାଇବାକୁ ବା ବନ୍ଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe