କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ: ମୁଖ୍ୟମନ୍ତ୍ରୀ

Advertisment

ଉତ୍ତରପ୍ରଦେଶ ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଏହାପରେ ସାରନାଥ ଗସ୍ତରେ ଯାଇଥିଲେ। ସଂଧ୍ୟାରେ କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।

ଉତ୍ତରପ୍ରଦେଶ ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଏହାପରେ ସାରନାଥ ଗସ୍ତରେ ଯାଇଥିଲେ। ସଂଧ୍ୟାରେ କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।

Mohan Majhi

Mohan Majhi Photograph: (Sambad )

ଭୁବନେଶ୍ବର: ଉତ୍ତରପ୍ରଦେଶ ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଏହାପରେ ସାରନାଥ ଗସ୍ତରେ ଯାଇଥିଲେ। ସଂଧ୍ୟାରେ କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବାରଣାସୀରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ। ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ। କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ।

ରାମଲାଲାଙ୍କ ଦର୍ଶନ କଲେ, କାଶୀ ବିଶ୍ବନାଥଙ୍କ ପୂଜାର୍ଚ୍ଚନା ବି କଲେ

ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି। ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ। ଯେଉଁଥିପାଇଁ ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ। ଏହା ସହ ଶ୍ରୀ ମାଝୀ କହିଥିଲେ, କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଖୁବ୍‍ ପ୍ରାଚୀନ। କାଶୀ କେବଳ ଏକ ସହର ନୁହେଁ, ଏହା ଭାରତର ଶାଶ୍ବତ, ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ। ସେହିପରି ତାମିଲନାଡ଼ୁର ଶାସ୍ତ୍ରୀୟ ଭାଷା, ସାହିତ୍ୟ, ଭବ୍ୟମନ୍ଦିର ଓ ଦାର୍ଶନିକ ପରମ୍ପରା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। କାଶୀ-ତାମିଲ ସଙ୍ଗମ ହେଉଛି ବିବିଧତା ମଧ୍ୟରେ ଆମ ଏକତାର ପ୍ରତୀକ। ଆମର ଓଡ଼ିଶା ମଧ୍ୟ ସେହି ଭାରତୀୟ ସାଂସ୍କୃତିକ ଭାବଧାରାର ପରିଚୟ ବହନ କରେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଦେଶର ସବୁ କୋଣରୁ ଭକ୍ତମାନେ ଆସିଥାନ୍ତି ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ସବୁଧର୍ମ, ସବୁ ସଂସ୍କୃତିର ଲୋକ ଯୋଗ ଦେଇଥାନ୍ତି। ଏହି ମହାଭାରତୀୟ ଐଶ୍ୱରିକ ଚିନ୍ତାଧାରାର ପ୍ରସାରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସେହିପରି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ତାମିଲନାଡ଼ୁର ଭାରତନାଟ୍ୟମ୍‍ ଆଞ୍ଚଳିକ ଭାଷାଗତ ପାର୍ଥକ୍ୟର ଉପରକୁ ଯାଇ ଶାସ୍ତ୍ରୀୟ ନୃତ୍ୟ କଳା ଜରିଆରେ ଭକ୍ତି ଭାବର କାହାଣୀ ବର୍ଣ୍ଣନା କରିଥା’ନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe