ଶୁନ୍ୟକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ: ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

ପୁଣି ଚାଷୀ ତାତି, ଚାଲିପାରିଲାନି ପ୍ରଶ୍ନକାଳ

Telegraph India

ଭୁବନେଶ୍ବର: ବିଧାନସଭାର ଶୁନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ।  ଏଥିନେଇ ଗୃହରେ କିଛି ସମୟ ପାଇଁ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେଠି ସର୍ବମୋଟ ୧୪ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ୯ଜଣ ବୋଲି କହୁଛନ୍ତି। ଅନ୍ୟ ୫ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି। ତେବେ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କଲେ ମୋହନ ମାଝୀ। କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ। ଉତ୍କଳ ଆଲୁମିନା ସେଠି ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ଝାଡ଼ାବାନ୍ତି ବ୍ୟାପିଛି। ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ମୋହନ। ଏହାସହ କହିଛନ୍ତି ଯେ ରାଜ୍ୟ ସରକାର ଯେଉଁ ବିକାଶ କରିବା କଥା, ସେଠାରେ ସେଭଳି ବିକାଶ ହୋଇ ନାହିଁ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁରରେ ୧୪ ଏବଂ ଗତକାଲି ଦଶମନ୍ତପୁରରେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ପାଣିକୁ ଟ୍ରିଟମେଣ୍ଟ କରି କି ଛଡ଼ା ଯାଉନି। ଝାଡ଼ାବାନ୍ତି ଦ୍ୱାରା ଅବିଭକ୍ତ କୋରାପୁଟରେ ମୋଟ ୧୭ ଜଣ ମୃତ୍ୟୁବରଣ କରିଛନ୍ତି। ତାରା ମଧ୍ୟ କହିଛନ୍ତି, ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି। ଯେଉଁ ଏଗ୍ରିମେଣ୍ଟ କରିଥିଲା ତାହାକୁ ପାଳନ କରୁନାହିଁ, ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କଲେ ତାରା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ବି ଦାବି କରିଲେ ତାରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe