ବନ୍ଦ ହେବନି କସ୍ତୁରବା ଗାନ୍ଧୀ ମାତୃନିକେତନ 

Advertisment
ବନ୍ଦ ହେବନି କସ୍ତୁରବା ଗାନ୍ଧୀ ମାତୃନିକେତନ 

ବରଗଡ଼:  ପାଇକମାଳସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ବନ୍ଦ ପ୍ରକ୍ରିୟା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଉଠିଥିଲା। ଶେଷରେ ଏହି ଅନୁଷ୍ଠାନ ବନ୍ଦ ହେବନି ବୋଲି ଜଣାପଡ଼ିିଛି। ଏଥି ସକାଶେ ବିଧିବଦ୍ଧ କାଗଜପତ୍ର କାମ ଆରମ୍ଭ ହୋଇଛି। ଏହାର ପରିଚାଳନା ପାଇଁ କମିଟି ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଜରିଆରେ ଜଣାଇଥିଲା। ଜିଲ୍ଲାପାଳ ବି ଏଥିରେ ସହମତି ପ୍ରକାଶ କରିଛନ୍ତି। ଔପଚାରିକତା ଦୃଷ୍ଟିରୁ ଶୀଘ୍ର ଏହି ଘୋଷଣା ସଂପର୍କିତ ଚିଠି ଜାରି ହେବ ବୋଲି ଡିସିପିଇଓ ମଂଜୁ ଏକ୍କା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପାର୍ବତୀ ଗିରି ଗଢ଼ିଥିବା ଏହି ଅନୁଷ୍ଠାନ ବନ୍ଦ ଦ୍ବାରଦେଶରେ ଥିଲା।

ସତୁରି ଦଶକରେ ସ୍ବାଧିନତା ସଂଗ୍ରାମୀ ପାର୍ବତୀ ଗିରି ଗଢି ଥିବା ବେଳେ ତାଙ୍କର ସହଯୋଗୀମାନେ ପରବର୍ତ୍ତୀ ସମୟରେ ଏହାର ପରିଚାଳନା କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଏଠାରେ ଶିଶୁ ପ୍ରଯତ୍ନ କେନ୍ଦ୍ର ଅବସ୍ଥାପିତ କରି ସେହି ଅନୁଦାନରେ ଅନୁଷ୍ଠାନ  ଚଳୁଥିଲା। କିନ୍ତୁ ବାଦବିବାଦ ଏବଂ ଆରୋପ ପ୍ରତ୍ୟାରୋପ ଭିତରେ ଏଠାରେ ତାଲା ଝୁଲିବା ଭଳି ପରିସ୍ଥିତି ହୋଇଥିଲା। ଏଠାରେ ଥିବା  ପିଲାଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କାରଣ ୧୮ ମାସର ଅନୁଦାନ ମିଳି ନଥିବାରୁ ଅନୁଷ୍ଠାନ ଚଳାଇବା ସମ୍ଭବ ନୁହେଁ ବୋଲି କମିଟି ହାତ ଟେକି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe