ସଶକ୍ତ ଓ ସ୍ୱାବଲମ୍ବୀ ଗ୍ରାମ ଓ ଦେଶ ବିକାଶର ମୂଳପିଣ୍ଡ

Advertisment

କସ୍ତୁରବା ଆଦର୍ଶ ଗ୍ରାମ ସ୍ୱେଚ୍ଛାସେବୀ ତାଲିମ ଶିବିର ଉଦ୍‌ଘାଟିତ

କସ୍ତୁରବା ଆଦର୍ଶ ଗ୍ରାମ ସ୍ୱେଚ୍ଛାସେବୀ ତାଲିମ ଶିବିର ଉଦ୍‌ଘାଟିତ

ସଶକ୍ତ ଓ ସ୍ୱାବଲମ୍ବୀ ଗ୍ରାମ ଓ ଦେଶ ବିକାଶର ମୂଳପିଣ୍ଡ

ଭୁବନେଶ୍ୱର : ମହିଳା ଅଧିକାର ଅଭିଯାନ ପକ୍ଷରୁ ଆଜିଠୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ପରିସରରେ ଆରମ୍ଭ ହୋଇଥିବା ଦୁଇ ଦିନିଆ କସ୍ତୁରବା ଆଦର୍ଶ ଗ୍ରାମ ସ୍ୱେଚ୍ଛାସେବୀ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷ ଲତିକା ପ୍ରଧାନ ଏହି ଶିବିରକୁ ଉଦ୍‌ଘାଟନ କରିବା ଅବସରରେ କହିଥିଲେ ଯେ ସଶକ୍ତ ଓ ସ୍ୱାବଲମ୍ବୀ ଗ୍ରାମ ଓ ଦେଶ ବିକାଶର ମୂଳପିଣ୍ଡ। ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଭାରତର ଆତ୍ମା କେବଳ ଗାଁରେ ଅଛି। ତେଣୁ ଗ୍ରାମର ସାମଗ୍ରିକ ବିକାଶ ହୋଇପାରିଲେ ଦେଶର ବିକାଶ ସମ୍ଭବ। ସମ୍ମାନିତ ଅତିଥି ଭାବେ ରାଜ୍ୟ ମହିଳା କମିସନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଗ୍ରାମ୍ୟ ବିକାଶରେ ମହିଳାଙ୍କ ଭାଗୀଦାରିତା ସମ୍ପର୍କରେ ଜୋର ଦେଇ କହିଥିଲେ ମା’ଟିଏ ଯେପରି ପରିବାର ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥାଏ, ସେହିଭଳି ଗାଁର ବିକାଶରେ ତାଙ୍କର ଯୋଗଦାନକୁ ଅଣଦେଖା କରିବା ଅନୁଚିତ। ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା କେବଳ ସ୍ଲୋଗାନରେ ନ ରହି ବାସ୍ତବରେ କାର୍ଯ୍ୟକାରୀ ହେବା ଦରକାର। ବରିଷ୍ଠ ପ୍ରଶାସକ ମନୋଜ ସ୍ୱାଇଁ ଯୋଗ ଦେଇ ଗ୍ରାମ୍ୟ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ସ୍ମାର୍ଟ ସହର ଭଳି ସ୍ମାର୍ଟ ଗ୍ରାମର ପରିକଳ୍ପନା କରିପାରିଲେ ଗାଁରୁ ସହରକୁ ପଳାୟନ ରୋକିହେବ ବୋଲି ମତ ବ୍ୟକ୍ତ କରିଥିଲେ।

ସମାଜସେବୀ ମମତା ଦାସ ଗ୍ରାମୀଣ ଅନୁଶାସନ ଉପରେ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ସବିଶେଷ ତଥ୍ୟ ରଖିଥିଲେ। ପ୍ରାରମ୍ଭରେ ମହିଳା ଅଧିକାର ଅଭିଯାନର ଆବାହକ ମନୋଜ ଜେନା ରାଜ୍ୟର ବିଭନ୍ନ ଜିଲ୍ଲାରୁ ଆସିଥିବା କର୍ମୀମାନଙ୍କୁ କସ୍ତୁରବା ଆଦର୍ଶ ଗ୍ରାମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସବିସ୍ତତ ତଥ୍ୟ ଉପସ୍ଥାପନ କରିଥିଲେ। ଆଗାମୀ ଏକ ବର୍ଷ ମଧ୍ୟରେ ସଂଗଠନ ତରଫରୁ ୩୧୪ ବ୍ଲକରୁ ୩୧୪ଟି ଗ୍ରାମକୁ କସ୍ତୁରବା ଆଦର୍ଶ ଗ୍ରାମ ରୂପେ ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଥିଲେ। ଅଭିଯାନର ଅଧ୍ୟକ୍ଷା ନମ୍ରତା ଚଢ଼ା ଅଧ୍ୟକ୍ଷତା କରିଥିଲା ବେଳେ ଉପାଧ୍ୟକ୍ଷା ରୀନା ରାଉତରାୟ ଶିବିରକୁ ପରିଚାଳନା କରିଥିଲେ। ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନେ ସେମାନଙ୍କର କାର୍ଯ୍ୟସୂଚୀର ଖସଡ଼ା ପ୍ରସ୍ତୁତ କରି ଉପସ୍ଥାପନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe