ଭୁବନେଶ୍ୱର : ମାସିକ ସାହିତ୍ୟ ପତ୍ରିକା ‘କଥା’ ପକ୍ଷରୁ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା’ ପାଇଁ ଗଳ୍ପ ପଠାଇବାର ସମୟ ଅବଧିକୁ ଜୁଲାଇ ୩୧ ତାରିଖ ପରିବର୍ତେ ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚେଇ ଦିଆଯାଇଛିି। ଉଲ୍ଲେଖଯୋଗ୍ୟ ଯେ, ‘କଥା’ ପକ୍ଷରୁ ତରୁଣ ଲେଖକ ଲେଖିକାମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ କିଛି ବର୍ଷ ଧରି ‘ନବପ୍ରତିଭା ପ୍ରତିଯୋଗିତା’ ଆୟୋଜନ କରାଯାଉଛି। ୩୦ ବର୍ଷରୁ କମ୍ ବୟସର ତରୁଣ ଲେଖକଲେଖିକା ଏଥିରେ ଭାଗ ନେଇଥାଆନ୍ତି। ଯୋଗ୍ୟ ବିବେଚିତ ପ୍ରତି ପ୍ରତିଯୋଗୀଙ୍କୁ ୫୦୦୦ ଟଙ୍କାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।
‘କଥା’‘ନବପ୍ରତିଭା ପ୍ରତିଯୋଗିତା’ର ଶେଷ ତାରିଖ ଘୁଞ୍ଚିଲା
Advertisment
Follow Us