ଭୁବନେଶ୍ୱର : ଚଳିତ ବର୍ଷର ‘କଥା ନବପ୍ରତିଭା ପ୍ରତିଯୋଗିତା’ ପାଇଁ ଗଳ୍ପ ପଠାଇବାର ଶେଷ ତାରିଖ ଅଗଷ୍ଟ ୧୪କୁ ଘୁଞ୍ଚାଇ ଦିଆଯାଇଛି। ଆଗରୁ ଏହା ୩୧ ଜୁଲାଇ ଥିଲା। ୩୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାମାନେ ଏହି ପ୍ରତିଯୋଗିତା ପାଇଁ ବୟସ ପ୍ରମାଣପତ୍ର ଏବଂ ଫଟୋ ସହିତ ନିଜସ୍ବ ମୌଳିକ ଗଳ୍ପ ପଠାଇପାରିବେ। ଗଳ୍ପ ପଠାଇବାର ଠିକଣା ହେଉଛି, କଥା ନବପ୍ରତିଭା ପ୍ରତିଯୋଗିତା, ସମ୍ବାଦ ଭବନ, ବି/୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର- ୭୫୧୦୧୦। ପ୍ରତିଯୋଗୀମାନେ ଇମେଲ୍ ଠିକଣା kathanabapratibha@gmail.com ଯୋଗେ ମଧ୍ୟ ଗଳ୍ପ ପଠାଇପାରିବେ। ଏହି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଦଶ ଜଣଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ଏବଂ ପୁରସ୍କୃତ ଗଳ୍ପଗୁଡ଼ିକ ଅକ୍ଟୋବର ମାସର ‘କଥା’ରେ ପ୍ରକାଶ ପାଇବ।
କଥା ନବପ୍ରତିିଭା ପ୍ରତିଯୋଗିତାର ଶେଷ ତାରିଖ ଅଗଷ୍ଟ ୧୪କୁ ଘୁଞ୍ଚିଲା
Advertisment
Follow Us