ଭୁବନେଶ୍ବର: କେମିତି ଥିଲା ନେପାଳର ନିଆଁ ? କେତେ ଭୟଙ୍କର ଥିଲା ହିଂସାକାଣ୍ଡ ? କେତେ ଭୟାନକ ଥିଲା ୪୮ ଘଣ୍ଟାର ଉତ୍ତେଜନା ? ଯେତେବେଳେ ଜେନ୍ ଜେଡର ଆନ୍ଦୋଳନ ଓ ବିଦ୍ରୋହରେ ପୂରା କାଠମାଣ୍ଡୁରେ କୋକୁଆ ଭୟ ଖେଳିଯାଇଥିଲା ଆଉ ନେପାଳ ଛାତି ଉପରେ ହୁତୁହୁତୁ ହୋଇ ହିଂସାର ନିଆଁ ଜଳୁଥିଲା ଠିକ୍ ସେତେବେଳେ କାଠମାଣ୍ଡୁରେ ଥିଲେ ୩ ଓଡ଼ିଆ । ସାହିତ୍ୟ ମହୋତ୍ସବରେ ସାମିଲ ହେବାକୁ ଯାଇ ସେମାନେ ସେଠାରେ ଫସିଯାଇଥିଲେ ଏବଂ ସାଜିଥିଲେ ସେହି ହିଂସାକାଣ୍ଡ ସମୟର ମୁକସାକ୍ଷୀ । ଯଦିଓ ସେମାନେ ସୁରକ୍ଷିତ ଥିଲେ ଆଉ ହିମାଳୟା ହୋଟେଲରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଥିଲେ ମାତ୍ର ସେମାନେ ସେହି ହୋଟେଲ ଭିତରୁ ଦେଖୁଥିଲେ କେମିତି ଜଳୁଥିଲା ନେପାଳ ଆଉ କେମିତି କୁହୁଳୁଥିଲା କାଠମାଣ୍ଡୁ ...
/filters:format(webp)/sambad/media/media_files/2025/09/10/593e1647-1b6c-4075-8fec-9f0023481438-2025-09-10-22-56-00.jpg)
କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା ନେପାଳ ଜଳୁଥିବା ନିଜ ଆଖିରେ ଦେଖିଛନ୍ତି ଆଉ ସେ ରହୁଥିବା ହୋଟେଲରୁ ହିଂସାର ଫଟୋ ନିଜ କ୍ୟାମେରାରେ କଏଦ କରିଛନ୍ତି । ପର୍ଯ୍ଯଟକ ହୋଇଥିବାରୁ ହୋଟେଲ ଭିତରେ ସେମାନେ ସୁରକ୍ଷିତ ଥିଲେ ହେଁ ବାହାରେ କିନ୍ତୁ ବିଗିଡି ଯାଇଥିଲା ପରିସ୍ଥିତି । ବିଦ୍ରୋହର ବାରୁଦ ଗଦାରେ ଲାଗିସାରିଥିଲା ନିଆଁ । ବିକ୍ଷୋଭକାରୀ ରାସ୍ତାରେ ନିଆଁ ଲଗାଉଥିଲେ ଏବଂ ସେହି ନିଆଁ ଉପରକୁ ସିଲିଣ୍ଡର ଫୋପାଡ଼ି ବିସ୍ଫୋରଣ କରୁଥିଲେ । ଫଳରେ ଥରହର ହୋଇଥିଲା କାଠମାଣ୍ଡୁ ।
/filters:format(webp)/sambad/media/media_files/2025/09/10/new-project-2025-09-10-19-40-46.jpg)
ଖାଲି ସେତିକି ନୁହେଁ ୩ ଓଡିଆ ରହିଥିବା ହୋଟେଲର ୪୦୦ ମିଟର ଦୂରରେ ଥିଲା ପ୍ରଧାନମନ୍ତ୍ରୀଙ୍କ ବାସଭବନ । ଯାହାକୁ ଆନ୍ଦୋଳନକାରୀ ନିଆଁ ଲଗାଇ ଜାଳି ଦେଇଥିଲେ । ସେମାନଙ୍କ ହୋଟେଲ ଠାରୁ ୭୦୦ ମିଟର ଦୂରରେ ସଂସଦ ଭବନ ଥିଲା ଯାହାକୁ ବି ଜାଳି ଦେଇଥିଲେ ଆନ୍ଦୋଳନକାରୀ । ନେପାଳର ପ୍ରିତିଷ୍ଠିତ ମିଡିଆ କାନ୍ତିପୁର ଦୈନିକ ଖବର କାଗଜ ଏବଂ ଟିଭି ସଂସ୍ଥାର ହେଡକ୍ବାର୍ଟର୍ସରେ ନିଆଁ ବି ଲଗାଇଥିଲେ ଆନ୍ଦୋଳନକାରୀ । ଯାହା ହୁତୁହୁତୁ ହୋଇ ଜଳୁଥିବା ସେମାନେ ନିଜ ଆଖିରେ ଦେଖିଥିଲେ । ପୂର୍ବରୁ ଏଭଳି ପରିସ୍ଥିତି କେବେ ଦେଖିନଥିବାରୁ ଭୟ ଓ ଆଶଙ୍କା ଭିତରେ ସମସ୍ତେ ଥିଲେ ।
/filters:format(webp)/sambad/media/media_files/2025/09/10/r-2025-09-10-22-56-12.jpeg)
ମାତ୍ର ଆଜି ସକାଳେ ସବୁକିଛି ଶାନ୍ତ ପଡିଛି । କାଲି ଯେଉଁଠି ଜଳୁଥିଲା ନିଆଁ, ଆକାଶ ଉଚ୍ଚାକୁ ଉଠୁଥିଲା ଧୂଆଁ… କୁହୁଳୁଥିଲା ହିଂସା ଆଉ ଟଳିପଡୁଥିଲା ଜୀବନ ଆଜି ସେଠି ନିରବତା ହିଁ ନିରବତା । ନିଆଁ-ଧୂଆଁ ଜାଗାରେ କଳା ଅଙ୍ଗାର… ପାଉଁଶ ତଳେ ପୁଣି ସହରକୁ ସଜାଡିବାର ସ୍ବପ୍ନ । ସବୁକିଛି ସ୍ବାଭାବିକ ଅବସ୍ଥାକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ରଶ୍ମି ରଞ୍ଜନ ।
/filters:format(webp)/sambad/media/media_files/2025/09/10/h-2025-09-10-22-55-32.jpeg)
ତେବେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଭୁବନେଶ୍ବରରୁ ୩ ଜଣ ଯାଇଥିବା ବେଳେ ଆସନ୍ତା ୧୩ ଏବଂ ୧୪ ତାରିଖରେ ଏହି ମହୋତ୍ସବ ହୋଇଥାନ୍ତା । ମାତ୍ର ତା ଆଗରୁ ଏଭଳି ପ୍ରତିକୂଳ ପରିସ୍ଥିତି ଉପୁଜିବାରୁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିଲେ ହେଁ କାଠମାଣ୍ଡୁ ବିମାନବନ୍ଦରକୁ ବନ୍ଦ କରାଯାଇଥିବାରୁ ୩ ଜଣ ଭାରତ ଫେରି ନପାରି ନେପାଳରେ ଫସି ରହିଛନ୍ତି । ଯଦିଓ ଆଜି କାଠମାଣ୍ଡୁ ବିମାନବନ୍ଦର ଖୋଲିବା ପରେ ସେମାନଙ୍କର ଭାରତ ଫେରିବା ଆଶା ବଢିଛି ମାତ୍ର ସେମାନେ ଆଜି ବି କାଠମାଣ୍ଡୁରେ ଅଛନ୍ତି । କାଲି ସେମାନେ ଭାରତ ଫେରିପାରନ୍ତି ବୋଲି ସୂଚନା ଦେଇଛନ୍ତି ।
/filters:format(webp)/sambad/media/media_files/2025/09/10/new-project-3-2025-09-10-21-37-30.jpg)
କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ାଙ୍କ ସହ, ସଂଯୋଜକ ଦେବରାଜ ମହାନ୍ତି ଏବଂ ସୌମ୍ୟରଞ୍ଜନ ସାହୁ ମଧ୍ଯ କାଠମାଣ୍ଡୁ ଅଭିମୁଖେ ଗସ୍ତ କରିଥିଲେ । ମାତ୍ର ସେଠାରେ ପରିସ୍ଥିତି ଗମ୍ଭୀର ହେବା ପରେ ସାହିତ୍ୟ ମହୋତ୍ସବକୁ ରଦ୍ଦ କରି ଏବେ ଓଡିଶା ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ୩ ଜଣ ରହିଛନ୍ତି । ତେବେ ଏହି ମହୋତ୍ସବ କାଠମାଣ୍ଡୁରେ ଆଗାମୀ ବର୍ଷ ୨୦୨୬, ଫେବୃୟାରୀ ୧୪ ଏବଂ ୧୫ରେ ହେବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।
/filters:format(webp)/sambad/media/media_files/2025/09/10/545696614_1306005360883296_6667208454936877214_n-2025-09-10-19-42-08.jpg)
Follow Us