ରାତିରେ ଝାଡ଼େଶ୍ୱର ମନ୍ଦିର ପରିସରରେ ଶୋଇଥିଲେ, ସକାଳେ ଚାଲିଗଲା କାଉଡ଼ିଆଙ୍କ ଜୀବନ

ରାତିରେ ଝାଡ଼େଶ୍ୱର ମନ୍ଦିର ପରିସରରେ ଶୋଇଥିଲେ, ସକାଳେ ଚାଲିଗଲା କାଉଡ଼ିଆଙ୍କ ଜୀବନ

ଦେବଗଡ଼: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ବିଭିନ୍ନ ଶୈବପୀଠମାନଙ୍କରେ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି। ହେଲେ ଦେବଗଡ଼ର ଝାଡ଼େଶ୍ୱର ମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ବିଭୁତି ବେହେରା (୫୦)। ତାଙ୍କର ଘର ରିଆମାଳ ବ୍ଲକ୍ ଅନ୍ତର୍ଗତ ଦେଓଝରଣ ଗାଁରେ ବୋଲି ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

publive-image

ସୂଚନା ଅନୁଯାୟୀ, କାଉଡ଼ିଆଜଣଙ୍କ ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ୱର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ। ସେ ରାତିରେ ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚି ଶୋଇଥିଲେ। ହେଲେ ତାଙ୍କ ସାଥୀ କାଉଡ଼ିଆମାନେ ତାଙ୍କୁ ଆଜି ଭୋର ସମୟରେ ଉଠିବାକୁ ଡାକିଥିଲେ। ହେଲେ ସେ ଉଠିନଥିଲେ। ଏହାପରେ ବିଭୁତି ବେହେରାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିଭୁତି ବେହେରାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe