ମହାବିନାୟକ ପୀଠରେ ଜଳାଭିଷେକ ପାଇଁ ଭିଡ଼

Advertisment
ମହାବିନାୟକ ପୀଠରେ ଜଳାଭିଷେକ ପାଇଁ ଭିଡ଼

ଚଣ୍ଡିଖୋଲ : ପ୍ରସିଦ୍ଧ ଶୈବପୀଠ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଦର୍ପଣସ୍ଥିତ ମହାବିନାୟକ ପୀଠରେ ସୋମବାର ଦିନ ବୋଲବମ ଭକ୍ତ ବା କାଉଡ଼ିଆଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦ ରୁ ୧୨ ହଜାର କାଉଡ଼ିଆ ପହଞ୍ଚି ମହାବିନାୟକ ପୀଠରେ ଜଳାଭିଷେକ କରିଥିଲେ। ଗତକାଲି ରାତିରୁ ଏଠାରେ କାଉଡ଼ିଆମାନେ ଭିଡ଼ ଲଗାଇଥିଲେ। କାନ୍ଧରେ ବହୁଙ୍ଗି ଧରି ସେମାନେ ଧାଡ଼ିବାନ୍ଧି ମହାଦେବଙ୍କୁ ଜଳାଭିଷେକ କରିଥିଲେ।

ବଡ଼ଚଣା ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋଙ୍କ ନେତୃତ୍ୱରେ ପୁଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ମନ୍ଦିର ପକ୍ଷରୁ ଏଠାରେ ବ୍ୟାରିକେଡ୍‌ ତିଆରି କରାଯାଇ ଶୃଙ୍ଖଳିତ ଭାବେ ଧାଡ଼ିରେ କାଉଡ଼ିଆ ମାନଙ୍କୁ ମନ୍ଦିର ଭିତରକୁ ପଞ୍ଚ ଦେବତାଙ୍କ ଦର୍ଶନ ପାଇଁ ଛଡ଼ାଯାଇଥିଲା।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe