ବାରିପଦା/ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଶନିବାର ଦିନ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ଳକ ଅଧ୍ୟକ୍ଷା ଆସନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀ କୌଶଲ୍ୟା ମାଝୀ ଓ ଅସନ୍ତୁଷ୍ଟ ପ୍ରାର୍ଥୀ ବାସନ୍ତୀ ମୁର୍ମୁଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବାବେଳେ ଶେଷରେ ଧର୍ମଗୁଳାରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ବିଜୟୀ ହୋଇଥିଲେ।
ତେବେ କୌଶଲ୍ୟା ବେତନଟୀ ପଞ୍ଚାୟତର ସ୍ବାଧୀନ ସମିତି ସଭ୍ୟ ରଞ୍ଜିତ ସିଂହଙ୍କ ପାଇଁ ବିଜୟୀ ହୋଇଥିବା କୁହାଯାଉଛି। ରଞ୍ଜିତ କାହାକୁ ସମର୍ଥନ କରିବେନି ବୋଲି ପୂର୍ବରୁ କହି ଆସୁଥିଲେ। ୨୩ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୨ ଜଣଙ୍କ ସମର୍ଥନ କୌଶଲ୍ୟାଙ୍କ ପ୍ରତି ରହିଥିବା ବେଳେ ୧୧ ଜଣ ସମିତିସଭ୍ୟଙ୍କ ସମର୍ଥନ ବାସନ୍ତୀଙ୍କ ପ୍ରତି ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ରଞ୍ଜିତ ନିଜ ମତ ବଦଳାଇ ଭୋଟ୍ ଦେବାକୁ ଆସିଥିଲେ ଏବଂ କୌଶଲ୍ୟାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ଭୋଟ୍ ଗଣତି ପରେ ଜଣାପଡ଼ିଲା କୌଶଲ୍ୟାଙ୍କ ସପକ୍ଷରେ ୧୨ଟି ଓ ବାସନ୍ତୀଙ୍କ ସପକ୍ଷରେ ୧୨ଟି ଭୋଟ୍ ପଡ଼ିଛି। ଭୋଟ୍ ସମାନ ହେବାରୁ ଧର୍ମଗୁଳାରେ କୌଶଲ୍ୟା ବିଜୟୀ ହୋଇଥିଲେ।
Follow Us