କଥା ରଖିଲେ ୫-ଟି ସଚିବ: କବିରାଜଙ୍କୁ ମିଳିଲା ବିଦ୍ୟୁତ୍ ଟ୍ରାଇ ସାଇକେଲ୍

Advertisment
କଥା ରଖିଲେ ୫-ଟି ସଚିବ: କବିରାଜଙ୍କୁ ମିଳିଲା ବିଦ୍ୟୁତ୍ ଟ୍ରାଇ ସାଇକେଲ୍

ଶେରଗଡ଼: ପ୍ରତିଶ୍ରୁତିକୁ ପାଳନ କରି ଜଣେ ଦିବ୍ୟାଙ୍ଗଙ୍କୁ ବିଦ୍ୟୁତ୍ ଟ୍ରାଇ ସାଇକେଲ୍ ପ୍ରଦାନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ଗତ ରବିବାର ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିବା ବେଳେ ଶେରଗଡ଼ ବ୍ଲକ୍ ଗୋଠଗାଁର ଦିବ୍ୟାଙ୍ଗ କବିରାଜ ବିଷୋୟୀ ତାଙ୍କୁ ଦେଖା କରିଥିଲେ।

ଏକ ଟ୍ରାଇ୍ ସାଇକେଲ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ଖୁବ୍‌ଶୀଘ୍ର ତାଙ୍କୁ ଏହା ଯୋଗାଇ ଦିଆଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଏହିକ୍ରମରେ ଗତକାଲି ରାତିରେ ସ୍ଥାନୀୟ ବିଡିଓ ଶିବାଶିଷ ବରାଳ, ଥାନାଧିକାରୀ ମନୋଜ କୁମାର ପ୍ରଧାନ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଏବଂ ସୁରେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଏକ ବିଦ୍ୟୁତ୍ ଚାଳିତ ଟ୍ରାଇ ସାଇକେଲ୍ ପ୍ରଦାନ କରିଛନ୍ତି। କବିରାଜ ଏଥିପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe