Advertisment

୧୯ ଜିଲ୍ଲା ହସ୍ପିଟାଲ ସମେତ ୩୩୭ ହସ୍ପିଟାଲ ପାଇବେ ‘କାୟାକଳ୍ପ’ ପୁରସ୍କାର : ଅନୁଗୁଳ ପ୍ରଥମ ଓ କଳାହାଣ୍ଡି ଦ୍ବିତୀୟ ସ୍ଥାନରେ

Advertisment
୧୯ ଜିଲ୍ଲା ହସ୍ପିଟାଲ ସମେତ ୩୩୭ ହସ୍ପିଟାଲ ପାଇବେ ‘କାୟାକଳ୍ପ’ ପୁରସ୍କାର : ଅନୁଗୁଳ ପ୍ରଥମ ଓ କଳାହାଣ୍ଡି ଦ୍ବିତୀୟ ସ୍ଥାନରେ

ଭୁବନେଶ୍ବର : ୨୦୧୯-୨୦ ମସିହା ପାଇଁ ରାଜ୍ୟର ସମୁଦାୟ ୩୩୭ ହସ୍ପିଟାଲ ପାଇବେ ‘କାୟାକଳ୍ପ’ ପୁରସ୍କାର। ସର୍ବାଧିକ ମାର୍କ ପାଇଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦ୍ବିତୀୟ ସ୍ଥାନରେ ରହିଛି। ଏହାସହ ରାଜ୍ୟର ଅନ୍ୟ ୧୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାସହ ୭୮ଟି ସିଏଚ୍‌ସି/ଉପଖଣ୍ଡ ଚିକିତ୍ସାଳୟ, ୧୫୬ ପ୍ରାଥିମକ ସ୍ବାସ୍ଥ୍ୟକେନ୍ଦ୍ର ବା ପିଏଚ୍‌ସି, ୬୬ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୧୮ ଏଚ୍‌ଡବ୍ଲୁଏସ୍‌-ଏସ୍‌ସିଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ।

ଏହାସହ ଏନ୍‌କ୍ବାସ ସାର୍ଟିଫିକେଟ୍ ଓ ଲକ୍ଷ୍ୟ ସାର୍ଟିଫିକେଟ୍ ପ୍ରଦାନ କରିବା ଲାଗି ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରାଯାଇଛି। ପୂର୍ବରୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟଙ୍କ ସମେତ ୪ ସିଏଚ୍‌ସି ଓ ବ୍ରହ୍ମପୁରର ୩ ୟୁପିଏଚ୍‌ସି ଏନ୍‌କ୍ବାସ ସାର୍ଟିଫିକେଟ୍ ହାସଲ କରିସାରିଛନ୍ତି। ତେବେ ଭବାନୀପାଟଣା ୟୁପିଏଚ୍‌ସି ଆବଶ୍ୟକ ମାନଦଣ୍ଡକୁ ପୂରଣ କରିସାରିଥିବାରୁ ତାହାକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବା ନେଇ ସମ୍ଭାବନା ରହିଛି। ସେହିପରି ପୂର୍ବରୁ ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କ୍ୟାପିଟାଲ ହସ୍ପିଟାଲ ଓ ଘଟଗାଁ ସିଏଚ୍‌ସି ‘ଲକ୍ଷ୍ୟ’ ସାର୍ଟିଫିକେଟ୍ ହାସଲ କରିସାରିଛି। ତେବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାହ୍ୟ ମୂଲ୍ୟାୟନ ଶେଷ ହୋଇଥିବା ବେଳେ କେବଳ ଘୋଷଣାକୁ ଅପେକ୍ଷା ରହିଛି। ଗଜପତି ଓ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସନ୍ତା ମାସର ପ୍ରଥମ ସପ୍ତାହରେ ମୂଲ୍ୟାୟନ କରାଯିବ। ସେହିପରି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଚାଲି ରହିଥିବା ସୂଚନା ମିଳିଛି। ଯେଉଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକ ଏହି ସାର୍ଟିଫି‌କେଟ୍‌ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ସେମାନଙ୍କୁ ଏକ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe