KENDUJHAR-District Panchayat - Department of Panchayati Raj-ODISHA
କେନ୍ଦୁଝର: କେନ୍ଦୁଝର କେନ୍ଦ୍ର ସମବାୟ (କେସିସି) ବ୍ୟାଙ୍କ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏକମାତ୍ର ପ୍ରାର୍ଥୀଭାବେ କାନନ ବିହାରୀ ପହି ୭ ସେଟ୍ ନାମାନଙ୍କପତ୍ର ଦାଖଲ କରିଥିବାରୁ ସେ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି।
୨୨ରେ ନାମାଙ୍କନ ଯାଞ୍ଚ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଅଜୟ କୁମାର ସେଠୀ ପ୍ରକାଶ କରିଛନ୍ତି। ୧୪ ନମ୍ବର ଜୋନ୍ କେନ୍ଦୁଝର ଉପଖଣ୍ଡୀୟ ସମବାୟ ସମିତିର ନିର୍ଦ୍ଦେଶକ ଥିବା ଶ୍ରୀ ପହି ଆଜି ନାମାଙ୍କନପତ୍ର ଦାଖଲ କରିବା ସମୟରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ସାଧବାନନ୍ଦ ପରିଡ଼ା, ସବ୍ୟସାଚୀ ସିଂଙ୍କ ସମେତ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ନାୟକ, ଗୋଲାପ ନାଏକ, ଦେବପ୍ରିୟ ପାତ୍ର, କିଶୋର କୁମାର ଜେନା, ସୁବ୍ରତ କୁମାର ସାମଲ, ପ୍ରଫୁଲ୍ଲ ନାଏକ, ମାଧବାନନ୍ଦ ପୃଷ୍ଟି, ମଙ୍ଗୁଳି ଚରଣ ନାହକ, ରଞ୍ଜନ କୁମାର ଦାସ, ବିଦ୍ୟୁତ୍ କୁମାର ନାୟକ, ରଶ୍ମିରେଖା ଚକ୍ର, ସୁରେନ୍ଦ୍ର କାଣ୍ଡି, ତିଳୋତ୍ତମା ମାଝୀ ଏବଂ ନିର୍ମଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Follow Us