ଘରେ ପହଞ୍ଚିଲେ କେଆତିଶ ପଣ୍ଡା, ରୋମାନିଆରେ ଅଛନ୍ତି ପ୍ରଳୟ

Advertisment
ଘରେ ପହଞ୍ଚିଲେ କେଆତିଶ ପଣ୍ଡା, ରୋମାନିଆରେ ଅଛନ୍ତି ପ୍ରଳୟ

କୋରେଇ: କୋରେଇ ବ୍ଲକ୍‌ର ୟୁକ୍ରେନ୍‌ରେ ଫସିଥିବା ୩ ଜଣ ଛାତ୍ରଙ୍କ ମଧ୍ୟରୁ ଆଜି ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର କୈଳାସ ଚନ୍ଦ୍ର ପଣ୍ତାଙ୍କ ପୁଅ ଆତିଶ ଘରେ ପହଞ୍ଚିଛନ୍ତି। ହେଲେ ଗତ ୩ ଦିନ ଧରି ରୋମାନିଆ ସୀମାରେ ଅଟକି ରହିଥିବା ବରୁଣ୍ତାଇ ପଞ୍ଚାୟତ ବିରୁହାଁପଡ଼ା ଗ୍ରାମର ବସନ୍ତ ନାୟକଙ୍କ ପୁଅ ପ୍ରଳୟଙ୍କ ଫେରିବାରେ ବିଳମ୍ବ ହେଉଛି। ଯୁଦ୍ଧ ଘନଘଟା ମଧ୍ୟରେ ଲୁଚିଛପି ରୋମାନିଆ ସୀମାକୁ ଫେରି ଆସିଥିବା ପ୍ରଳୟ ତାଙ୍କ ପାସପୋର୍ଟ ବଙ୍କରରେ ଛାଡ଼ି ଆସିଥିଲେ।

ବିମାନଯାତ୍ରା ପାଇଁ ସେଠାରେ ଭାରତୀୟ ଦୂତାବାସର କର୍ମଚାରୀ ତାଙ୍କୁ ପାସପୋର୍ଟ ମାଗିବାରୁ ସେ ତାହା ବଙ୍କରରେ ଛାଡ଼ି ଆସିଥିବା ଜଣାପଡ଼ିଥିଲା। ଫଳରେ ପ୍ରଳୟ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଥିବା ବେଳେ ଏହି ଛାତ୍ରଙ୍କ ଫେରିବାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଏସମ୍ପର୍କରେ ପ୍ରଳୟ ଏକ ଭିଡିଓ ମେସେଜ ଦ୍ବାରା ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଏହାକୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ତୁରନ୍ତ ଭାରତ ସରକାରଙ୍କ ପାସପୋର୍ଟ ବିଭାଗ ସହିତ ଯୋଗାଯୋଗ କରାଯାଇଥିଲା। ପରେ ଭାରତ ସରକାର ରୋମାନିଆ ସରକାରଙ୍କ ସହ ଯୋଗାଯୋଗ କରି ପ୍ରଳୟଙ୍କ ଘର ବାହୁଡ଼ା ବ୍ୟବସ୍ଥା କରିଥିଲେ। ପ୍ରଳୟଙ୍କ ବାପା କହିଛନ୍ତି ଯେ, ଏସମ୍ପର୍କରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରୋମାନିଆ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।

ପୁଅର ଫେରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ବିଭାଗ ପକ୍ଷରୁ ଆଶ୍ବସ୍ତ କରାଯିବା ସହ ଆଜି ସଂଧ୍ୟାରେ ପ୍ରଳୟ ରୋମାନିଆ ସୀମା କ୍ୟାମ୍ପ ଛାଡ଼ିଥିବା ସୂଚନା ମିଳିଛି। ଆସନ୍ତାକାଲି ସକାଳ ସୁଦ୍ଧା ସେ ଦିଲ୍ଲୀରେ ପହଞ୍ଚିବେ ବୋଲି ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗତକାଲି ଦିଲ୍ଲୀରେ ପହଞ୍ଚିଥିବା ଆତିଶ ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲେ। ଆତିଶ ସୁରକ୍ଷିତ ଭାବେ ଫେରି ଆସିଥିବାରୁ ତାଙ୍କ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି। ପ୍ରକାଶ ଯେ, ୟୁକ୍ରେନ୍‌ରେ ଫସି ରହିଥିବା ଏହି ତିନି ଛାତ୍ରଙ୍କ ମଧ୍ୟରୁ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ବେଣୁଧର ସ୍ବାଇଁଙ୍କ ପୁଅ ଅଚ୍ୟୁତାନନ୍ଦ ଦୁଇଦିନ ତଳେ ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe