ରିଅଲ ଇଷ୍ଟେଟ୍ ପ୍ରକଳ୍ପ ଉପରେ ନଜର ରଖ

Advertisment

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଓରେରା ସଚିବ, ଓରେରା ପଞ୍ଜୀକରଣ ନଥିଲେ ଜରିମାନା ଆଦାୟ କର

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଓରେରା ସଚିବ, ଓରେରା ପଞ୍ଜୀକରଣ ନଥିଲେ ଜରିମାନା ଆଦାୟ କର

ଖୁବ୍‌ଶୀଘ୍ର ଆସିବ ସଂଶୋଧିତ ରିଅଲ୍ ଇଷ୍ଟେଟ୍ ଆଇନ

WordPress.com

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜମି ପ୍ଲଟିଂ କରି ବିକାକିଣା ହେଉଥିବାରୁ, ବେଆଇନ ଭାବେ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବାରୁ ଜିଲ୍ଲାପାଳମାନେ ଏହା ଉପରେ ନଜର ରଖିବାକୁ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ସଚିବ ରାଜେନ୍ଦ୍ର ମିଶ୍ର ଚିଠି ଲେଖିଛନ୍ତି।

ଓରେରା ପକ୍ଷରୁ କୁହାଯାଇଛି ଯେ ୫୦୦ ବର୍ଗମିଟରରୁ ଅଧିକ ଜମି ପ୍ଲଟିଂ କରି ବିକ୍ରି କରୁଥିଲେ ବା ଗୋଟିଏ ଆପାର୍ଟମେଣ୍ଟରେ ୮ଟି ଫ୍ଲାଟ୍‌ରୁ ଅଧିକ ଫ୍ଲାଟ୍‌ ନିର୍ମାଣ ହେଉଥିଲେ ସେଗୁଡ଼ିକ ଓରେରା ଦ୍ବାରା ପଞ୍ଜୀକୃତ ହେବା ଦରକାର। କିନ୍ତୁ ରିଅଲ ଇଷ୍ଟେଟ୍ ବ୍ୟବସାୟୀମାନେ ଏହି କଟକଣା ମାନୁ ନାହାନ୍ତି। ଏପରିକି ଓରେରାରେ ପଞ୍ଜୀକରଣ କରି ନଥିଲେ ଉପରୋକ୍ତ ରିଅଲ ଇଷ୍ଟେଟ୍ ପ୍ରକଳ୍ପର ବିଜ୍ଞାପନ, ବୁକିଂ, ବିକ୍ରି ଆଦି ହୋଇପାରିବନି। କିନ୍ତୁ କିଛି ରିଅଲ ଇଷ୍ଟେଟ୍ ବ୍ୟବସାୟୀମାନେ ଏହାକୁ ମାନୁନାହାନ୍ତି। ଏହିଭଳି ଜମି, ଫ୍ଲାଟ୍ କିଣାବିକା ହେଉଥିଲେ ସେହି ବ୍ୟବସାୟୀଙ୍କଠାରୁ ପ୍ରକଳ୍ପର ଆକଳନ ମୂଲ୍ୟର ୧୦% ଅର୍ଥ ଜରିମାନା ଆକାରରେ ଆଦାୟ କରାଯାଉ। ଯେଉଁ ରିଅଲ ଇଷ୍ଟେଟ୍ ଏଜେଣ୍ଟମାନେ ବିନା ଓରେରା ପଞ୍ଜୀକରଣରେ ଜମି, ଫ୍ଲାଟ୍‌ କିଣା‌ବିକା ନେଇ ବିଜ୍ଞାପନ ଦେଉଥିବେ, ସେମାନଙ୍କଠାରୁ ଦୈନିକ ୧୦ହଜାର ଟଙ୍କା ହିସାବରେ ଜରିମାନା ଆଦାୟ କରାଯାଉ କିମ୍ବା ପ୍ରକଳ୍ପ ମୂଲ୍ୟର ୫% ପର୍ଯ୍ୟନ୍ତ ଅର୍ଥ ଜରିମାନା ଆଦାୟ କରାଯାଉ। ସେହିପରି ପ୍ରକଳ୍ପ କିଣାବିକା ହେବା ପୂର୍ବରୁ ଓରେରା ଦ୍ବାରା ପଞ୍ଜୀକରଣ ହୋଇଛି କି ନାହିଁ, ସେନେଇ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଓ ସବ୍‌ ରେଜିଷ୍ଟ୍ରାରମାନେ ଧ୍ୟାନ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe