ମେଡିକାଲ କଲେଜ ଅଧ୍ୟକ୍ଷ, ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି: ସନ୍ଦିଗ୍ଧ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କ ଉପରେ ନଜର ରଖ

Advertisment
ଏଚ୍‌ଏଫ୍‌ଏମ୍‌ଡି ବ୍ୟାପୁଛି: ଅଗଷ୍ଟରେ ଶୀର୍ଷ ଛୁଇଁବ!

ଭୁବନେଶ୍ବର : ଦେଶବ୍ୟାପୀ ଏବେ ଟମାଟୋ ଫ୍ଲକୁ ନେଇ ଚର୍ଚା ଜାରି ରହିଛି। ଅନେକ ଏହାକୁ ହ୍ୟାଣ୍ଡ, ଫୁଟ୍‌, ମାଉଥ ଡିଜିଜ୍ ବା ଏଫ୍‌ଏଚ୍‌ଏମ୍‌ଡି ରୋଗ ବୋଲି ସନ୍ଦେହ କରୁଛନ୍ତି। ‌ରାଜ୍ୟର କିଛି ଜିଲ୍ଲାରେ ଏଭଳି ଆକ୍ରାନ୍ତ ଶିଶୁ ଚିହ୍ନଟ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ହୋଇଛି। ନିକଟରେ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞଙ୍କୁ ନେଇ ଏକ ବୈଠକ ବସିଥିଲା। ଜିଲ୍ଲାସ୍ତରରେ ଏଭଳି ଆକ୍ରାନ୍ତ ଚିହ୍ନଟ ହେଲେ ସେମାନଙ୍କ ନମୁନାର ଆରଏମ୍‌ଆରସିକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହାସହ ସନ୍ଦିଗ୍ଧ ଏଫ୍‌ଏଚ୍‌ଏମ୍‌ଡି ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ସବୁ ମେଡିକାଲ କଲେଜ ଅଧ୍ୟକ୍ଷ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ଓ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ସନ୍ଦିଗ୍ଧଙ୍କ ନମୁନାକୁ ଭିଟିଏମ୍‌ରେ ସଂଗ୍ରହ କରି ଆରଏମ୍‌ଆରସିକୁ ପଠାଇବାକୁ ହେବ। ଏଥିପାଇଁ ଆରଏମ୍‌ଆରସି ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। ରାଜ୍ୟର କେବଳ କ୍ୟାପିଟାଲ ହସ୍ପିଟାଲ ନ‌ୁହେଁ, ଏମ୍‌ସକୁ ମଧ୍ୟ ବହୁ ସଂଖ୍ୟାରେ ଏଚ୍‌ଏଫ୍‌ଏମଡି ଆକ୍ରାନ୍ତ ଶିଶୁ ଆସୁଥିବା ସ୍ପଷ୍ଟ ହୋଇଛି। କିଛି ଜିଲ୍ଲାରେ ଏହି ସଂକ୍ରମଣ ଅଧିକ ରହିଥିବା ସୂଚନା ମିଳିଛି। ତେଣୁ ରାଜ୍ୟରେ ଏହା ଯେପରି ମହାମାରୀର ରୂପ ନ ନିଏ ସେଥିପାଇଁ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ନୀତିଗତ ଭାବେ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ଟମାଟୋ ଫ୍ଲୁ ନେଇ କୌଣସି ସୂଚନା ଆସିନାହିଁ। ଯେଉଁ ସ୍ଥାନରେ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଅଧିକ ଦେଖାଯାଇଛି ସେଠାରେ ଏହାର ଭାଇରାଲ କଲଚର ପାଇଁ ପଠାଯାଇଛି। କଲଚର ତଥ୍ୟ ଆସିବା ପରେ ନିଶ୍ଚିତଭାବେ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କଠାରୁ ପରାମର୍ଶ ଗ୍ରହଣ କରାଯିବ ବୋଲି ଡା.ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe