ନଗଡ଼ାଠାରୁ ଆହୁରି ଭୟଙ୍କର ‘କେମିଶଳା’: ଚାଉଳ, ଭତ୍ତା ପାଇଁ ପାହାଡ଼ ଜଙ୍ଗଲରେ ୨୦ କିମି ପଦଯାତ୍ରା

Advertisment

ଜୀବନ ମାନେ ଏଠି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା। ମରିମରି ଜିଇଛନ୍ତି ଶତାଧିକ ପରିବାର। ବିକାଶର ଦୀପ ତଳେ ଇଏ ଏମିତି ଏକ ଅନ୍ଧାରିମୁଲକ, ଯେଉଁଠି ଜୀବନଧାରଣ ପାଇଁ ମୌଳିକ ସୁବିଧାଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ।

ଜୀବନ ମାନେ ଏଠି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା। ମରିମରି ଜିଇଛନ୍ତି ଶତାଧିକ ପରିବାର। ବିକାଶର ଦୀପ ତଳେ ଇଏ ଏମିତି ଏକ ଅନ୍ଧାରିମୁଲକ, ଯେଉଁଠି ଜୀବନଧାରଣ ପାଇଁ ମୌଳିକ ସୁବିଧାଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ।

hfhfvbbg

ଅବିନାଶ ଶର୍ମା
କୋଇଡ଼ା: ଜୀବନ ମାନେ ଏଠି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା। ମରିମରି ଜିଇଛନ୍ତି ଶତାଧିକ ପରିବାର। ବିକାଶର ଦୀପ ତଳେ ଇଏ ଏମିତି ଏକ ଅନ୍ଧାରିମୁଲକ, ଯେଉଁଠି ଜୀବନଧାରଣ ପାଇଁ ମୌଳିକ ସୁବିଧାଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ ଭୁତୁଡ଼ା ପଞ୍ଚାୟତରେ ରହିଛି ଉପର କେମିଶଳା ଓ ତଳ କେମିଶଳା ଗାଁ। ଉଭୟ ଗାଁକୁ ମିଶାଇଲେ ପରିବାର ସଂଖ୍ୟା ୧୦୦ ଟପିଯିବ। ପ୍ରକୃତ ଅର୍ଥରେ ବନବାସୀ ଏମାନେ। ଗାଁକୁ ଯିବା ପାଇଁ ରାସ୍ତା ହିଁ ନାହିଁ। ବ୍ଲକ୍ ମୁଖ୍ୟାଳୟରୁ ପାଖାପାଖି ୫୦ କିଲୋମିଟର ବରସୁଆଁରୁ ଭୁତୁଡ଼ା ହୋଇ ୧୫ କିଲୋମିଟର ଚାଲିଲେ ଯାଇ ଗାଁ ଆସେ। କୋଇଡ଼ା ହୋଇ ଗଲେ ୨୦ କିଲୋମିଟର ଜଲଡିହି ପାହାଡ଼ ଜଙ୍ଗଲ ଡେଇଁ  ଖଣି ଭିତରେ ପଶି ପୁଣି ୧୦ କିଲୋମିଟର ଖଜୁରଡିହି ସଂରକ୍ଷିତ ଜଙ୍ଗଲ ରାସ୍ତାରେ ଗଲେ ପଡ଼ିବ କେମିଶଳା ଗ୍ରାମ।

ଚାଉଳ, ଭତ୍ତା ପାଇଁ ପାହାଡ଼ ଜଙ୍ଗଲରେ ୨୦ କିମି ପଦଯାତ୍ରା
ରାସ୍ତାଘାଟ ଅସୁବିଧା ପାଇଁ ପରିବା ବଦଳରେ କନ୍ଦମୂଳ ଆହାର

ବିଦ୍ୟାଳୟ ନଥିବାରୁ ଏଠାରେ ଅପାଠୁଆ ରହି ଆସିଛନ୍ତି ପିଢ଼ି ପରେ ପିଢ଼ି। ଯେଉଁଠି ରାସ୍ତା ନାହିଁ ସେଠାରେ ସ୍ୱାସ୍ଥ୍ୟ ସୁବିଧା ସାତ ସପନ। କାହାର ଦେହପା ଖରାପ ହେଲେ ପାହାଡ଼ିଆ ପଥୁରିଆ ପାଦଚଲା ରାସ୍ତାରେ ଖଟିଆରେ ବୋହି ନେବାକୁ ପଡ଼େ ଭୁତୁଡା ଗାଁ ପର୍ଯ୍ୟନ୍ତ। ସେଠାରୁ ଡାକ୍ତରଖାନା ଯିବାକୁ ହୋଇଥାଏ। ରାସ୍ତା ଅଭାବରୁ ପ୍ରସୂତିମାନେ ଘରେ ପ୍ରସବ କରିବାକୁ ବାଧ୍ୟ ହୋଇଥାନ୍ତି। ଫଳରେ ପ୍ରସବ ଜଟିଳତା କାରଣରୁ ଅନେକ ସମୟରେ ପ୍ରସୂତି ଓ ନବଜାତକର ମୃତ୍ୟୁ ହୋଇ ଯାଇଥାଏ। ଗାଁର ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ପାନୀୟଜଳ। ଏ ଅଞ୍ଚଳର ଜୀବନରେଖା ପାହାଡ଼ି ଝରଣା ‘କୁରାଢ଼ିନାଳ’। ଯାହାର ଉତ୍ପତ୍ତିସ୍ଥଳ ଏହି ଗାଁ’ରୁ। ପିଇବା ଓ ସ୍ନାନଶୌଚ ପାଇଁ ବ୍ରାହ୍ମଣୀ ନଦୀର ଶାଖାନଦୀ ‘କୁରାଢ଼ିନାଳ’ ଉପରେ ଯୁଗଯୁଗ ଧରି ଭରସା କରିଛନ୍ତି ଗ୍ରାମବାସୀ।

ଯାଜପୁର ନଗଡ଼ାଠାରୁ ଆହୁରି କରୁଣ ଦୃଶ୍ୟ ରହିଛି ଏହି ଗାଁରେ। ପ୍ରାୟ ସମସ୍ତ ଶିଶୁ ଅପପୁଷ୍ଟି କବଳିତ। ଦେହ ଖରାପ ହେଲେ ଚେଙ୍କ ଓ ଚେରମୂଳି ଖୁଆଇ ଚିକିତ୍ସା କରନ୍ତି। ରାସ୍ତାଘାଟ ଅସୁବିଧା ପାଇଁ ପରିବା ବଦଳରେ କନ୍ଦମୂଳ ଖାଇ ବଞ୍ଚିବାକୁ ବାଧ୍ୟ ହୋଇଥାଆନ୍ତି। ସରକାରୀ ଚାଉଳ ହେଉ ଅବା ଭତ୍ତା, ସବୁ ପାଇଁ ୨୦ କିଲୋମିଟର ପାହାଡ଼ ଜଙ୍ଗଲ ମଧ୍ୟରେ ଚାଲିଚାଲି ଗଲାପରେ ପୁଣି କାନ୍ଧରେ ବୋହିକି ସେତିକି ବାଟ ଆଣିବାକୁ ପଡ଼ିଥାଏ। ରାସ୍ତା ଓ ପାଣି ଅସୁବିଧା ପାଇଁ ଏଠାରେ କାହାରି ପକ୍କା ଘରନାହିଁ। ଏହି ପଞ୍ଚାୟତରେ ରହିଛି ଓଡ଼ିଶା ସରକାରଙ୍କ ବଡ଼ ଖଣି ‘କୁର୍ମିତର ଖଣ୍ଡାଧାର’ ଲୌହଖଣି। ଏଠାରୁ ହଜାର ହଜାର କୋଟି ରାଜସ୍ୱ ଯାଉଛି। ଲୋକଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରହିଛି, ତଥାପି ବିକାଶ ଏଠାରେ ଅପହଞ୍ଚ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe