ବୁଡ଼ିବାକୁ ବସିଲାଣି ଓଡ଼ିଶାର ଲୋକଗୀତ : ଗାଁ ଦାଣ୍ତରେ ଆଉ ଶୁଭୁନି କେନ୍ଦରାଗୀତ

Advertisment
ବୁଡ଼ିବାକୁ ବସିଲାଣି ଓଡ଼ିଶାର ଲୋକଗୀତ : ଗାଁ ଦାଣ୍ତରେ ଆଉ ଶୁଭୁନି କେନ୍ଦରାଗୀତ

ଛତିଆ : ଏବେ ବୁଡ଼ିବାକୁ ବସିଲାଣି ଓଡ଼ିଶାର ଲୋକକଳା। ଆଉ ଶୁଭୁନି ଗାଁ ଦାଣ୍ତରେ କେନ୍ଦରାଗୀତ। ଆଧୁନିକ ଗୀତରେ ଯୁବସମାଜ ମସଗୁଲ। ଆମର ଲୋକକଳାକୁ ଧୀରେଧୀରେ ଭୁଲିବାକୁ ଲାଗିଲେଣି ଯୁବସମାଜ। ଓଡ଼ିଶାର ଲୋକଗୀତ ଲୁପ୍ତପ୍ରାୟ। ମାତ୍ର ହାତଗଣତି କେତେଜଣ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଏହି ପିଢି ପରେ ହୁଏତ କେନ୍ଦରାଗୀତ ଇତିହାସ ପାଲଟିଯିବ। କେନ୍ଦରା ଯେତେବେଳେ ଗାଁ ଦାଣ୍ତକୁ ଆସେ ଛୋଟଛୋଟ ପିଲାମାନେ ତା ସହିତ ବୁଲିବା ସହ ଗୀତର ମଜ୍ଜା ଉଠାଇଥାନ୍ତି। କେନ୍ଦରାବାଲାଟି ଗାଁ ଗାଁ ବୁଲି ଯେଉଁଠି ସନ୍ଧ୍ୟା ହୋଇଯାଏ ସେହି ଗାଁରେ ରହିଯାଆନ୍ତି। ଗାଁର କିଛି ଲୋକ କେନ୍ଦରାବାଲାକୁ ଘରେ ରଖି ଖାଦ୍ୟପେୟ ଦେଇ ଆପ୍ୟାୟିତ ମଧ୍ୟ କରିଥାନ୍ତି। କିନ୍ତୁ ସରକାର ସେମାନଙ୍କୁ କୌଣସି ପ୍ରୋତ୍ସାହନ ନଦେବାରୁ ଏହି ଲୋକକଳା ଏବେ ବୁଡିବାକୁ ବସିଛି।

publive-image mycitylinks.in

ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ରୋତ୍ସାହନ ଦେଉନାହାନ୍ତି। ଯାହାଫଳରେ କେନ୍ଦରାଗୀତ ବୋଲି ଗାଁ ଗାଁ ବୁଲିଲେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏହି ପିଢି ପରେ ଆଉ ଗାଁ ଦାଣ୍ତରେ କେନ୍ଦରାଗୀତ ଶୁଣିବାକୁ ମିଳିବନି। ଆଗରୁ ଯେତେବେଳେ ଆମେ ଗାଁ ବୁଲୁଥିଲୁ ସେତେବେଳେ ଟଙ୍କା ଓ ଚାଉଳ ଯାହା ମିଳୁଥିଲା ସପ୍ତାହକ ଚଳିବା ସହଜ ହେଉଥିଲା। କିନ୍ତୁ ଏବେ ଦଶଖଣ୍ତ ଗାଁ ବୁଲିଲେ ପେଟ ପୁରିବା କଷ୍ଟ ହେଉଛି। ଯଦି ସରକାର କେନ୍ଦରାଭଳି ଲୋକଗୀତକୁ ପ୍ରୋତ୍ସାହନ ଦିଅନ୍ତି ତେବେ ଏହି ଲୋକକଳା ବଞ୍ଚି ରହିପାରିବ ବୋଲି ଆଶା କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe