ଭୁବନେଶ୍ବର : କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ଆସନ୍ତା ବର୍ଷ ଫେବ୍ରୁ୍ଆରି ମାସରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ତିନି ଦିନ ଧରି ପାଳନ କରିବାକୁ ବୈଠକରେ ସ୍ଥିର ହୋଇଛି। ରାଜ୍ୟ ତଥା ବାହାରର ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯିବା ସହ ଏକ ସ୍ମରଣିକା ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ କଲେଜ ସହ ସଂପୃକ୍ତ ବ୍ୟକ୍ତିମାନଙ୍କ ସ୍ମୃତି ସମ୍ବଳିତ ଲେଖାମାନ ସ୍ମରଣିକାରେ ସ୍ଥାନ ପାଇବ। ଆସନ୍ତା ଜାନୁଆରି ୫ ତାରିଖ ସୁଦ୍ଧା ଉତ୍ସବ ଓ ସ୍ମରଣିକା ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ ହେବାକୁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଅଧ୍ୟକ୍ଷଙ୍କୁ ୯୯୩୭୪୬୭୦୧୫, ୦୬୭୨୭-୨୨୦୨୧୫ ନମ୍ବରରେ ଯୋଗାଯୋଗ କରିବାକୁ କଲେଜ ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us