କେନ୍ଦ୍ରାପ଼ଡ଼ା: ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କେନ୍ଦ୍ରାପ଼ଡ଼ା ପୌରାଞ୍ଚଳରେ ବନ୍ଦ ପାଳନ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବାରୁ ସିଟି ହସ୍ପିଟାଲ ପାଇଁ ଦାବି ହୋାଇଛି। ଆଜି ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କେନ୍ଦ୍ରାପ଼ଡ଼ାରେ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବ୍ୟାହତ ହୋଥଇଛି। ଆଜି କମିଟି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି।ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଇଚ୍ଛାପୁରସ୍ଥିତ ଶାମଗୁଡ଼ିଆକୁ ଜିଲ୍ଲା ହସ୍ପିଟାଲ୍ ସ୍ଥାନାନ୍ତରିତ ହେବା ପରେ ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍କୁ ସିଟି ହସ୍ପିଟାଲ୍ କରିବା ଦାବି ହୋଇଛି।
ଏହି ପ୍ରସଙ୍ଗରେ ସହରବାସୀ ଅମର ଉଦ୍ୟାନରେ ଏକାଠି ହୋଇ ଦାବି ପୂରଣ ପାଇଁ ୧୭ତାରିଖ ମଙ୍ଗଳବାର କେନ୍ଦ୍ରାପଡ଼ା ସହର ବନ୍ଦ ଡାକରା ଦେଇଥିଲେ। ଏଥିରେ ସବୁ ବର୍ଗର ଲୋକ ସାମିଲ୍ ହେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ନିବେଦନ କରି ବାଇକ୍ ଶୋଭାଯାତ୍ରା ଜରିଆରେ ସହର ପରିକ୍ରମା କରିଥିଲା।
କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ବାକି ସବୁ ବିଭାଗ ଗତ ୯ ତାରିଖରେ ଶାମଗୁଡ଼ିଆସ୍ଥିତ ନୂଆ ଛଅ ତାଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନାନ୍ତରକୁ ସହରବାସୀ ସ୍ବାଗତ କରୁଥିଲେ ବି ପୁରୁଣା ମେଡିକାଲ୍କୁ ସିଟି ହସ୍ପିଟାଲ୍ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ କର୍ତୃପକ୍ଷ ପୁରୁଣା ମେଡିକାଲ୍କୁ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର କରିଛନ୍ତି। ଫଳରେ ରୋଗୀ ମାନଙ୍କ ପାଇଁ କେବଳ ଆଉଟଡୋର ସୁବିଧା ସକାଳ ୮ରୁ ୧୨ ଏବ˚ ୪ରୁ ୬ଟା ଯାଏ ଉପଲବ୍ଧ ହେଉଛି। ଆଉଟଡୋର୍ ପରିବର୍ତେ ଇନଡୋର୍(ରୋଗୀ ଆଡମିସନ୍ ବ୍ୟବସ୍ଥା) ସୁବିଧା ସହିତ ସିଟି ହସ୍ପିଟାଲ୍ କରିବାକୁ ସହରବାସୀ ଦାବି କରୁଛନ୍ତି। ଏହି ଦାବି ନେଇ ଗତ ୬ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାର ଛଅ ଦିନ ପରେ ଗତ ଗୁରୁବାର କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲରମାନେ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଥିଲେ। ପୌରାଧୢକ୍ଷା ସରିତା ସାହୁଙ୍କ ନେତୃତ୍ବରେ ୨୧କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା।
ଦାବି ଥିଲା କେନ୍ଦ୍ରାପଡ଼ା ସହରର ୫୦ହଜାରରୁ ଅଧିକ ଲୋକ ଏବ˚ ପଡେ଼ାଶୀ ୧୦ଟି ପ˚ଚାୟତର ଲୋକ ପୁରୁଣା ମେଡିକାଲ୍ ଉପରେ ନିର୍ଭର କରୁଥିବାରୁ ଏହାକୁ ସିଟି ହସ୍ପିଟାଲ୍ କରାଯାଉ। କିନ୍ତୁ ବିଭାଗୀୟ କର୍ତୃପକ୍ଷ ଏ ଦିଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ସିଟି ହସ୍ପିଟାଲ ଦାବି: ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡ଼ା ବନ୍ଦ ପାଳନ
Advertisment
Follow Us