ଏନ୍‌ଜିଟିରେ କେନ୍ଦ୍ରାପଡ଼ା ସହର ବର୍ଜ୍ୟ ଗୋବରୀ ନଦୀରେ ପକାଯିବା ମାମଲା

Advertisment

ଜବାବ ରଖିବାକୁ ପୁଣି ମହଲତ ଲୋଡ଼ିଲେ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଜବାବ ରଖିବାକୁ ପୁଣି ମହଲତ ଲୋଡ଼ିଲେ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳତା ପାଇଁ ବିହାରକୁ ୪୦୦୦ କୋଟିର ଏନ୍‌ଜିଟି ଛାଟ

barandbench.com

କଟକ : କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋବରୀ ନଦୀରେ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ (ଏନ୍‌ଜିଟି)‌ରେ ଜବାବ ରଖିବା ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୁଣି ସମୟ ଲୋଡିଛନ୍ତି। ଏଥି ପାଇଁ ଏନ୍‌ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩କୁ ଧାର୍ଯ୍ୟ କରାଯାଇଛି। ଏନ୍‌ଜିଟି ପୂର୍ବାଞ୍ଚଳ ଜୋନ୍ ଖଣ୍ଡପୀଠ ରାବେୟା ତବସୁମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨, ମାର୍ଚ୍ଚ ୧୬ରେ ଏନ୍‌ଜିଟି ଏ ସଂପର୍କିତ ମାମଲାର ଶୁଣାଣି କରି ଗୋବରୀର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନକୁ ଏନ୍‌ଜିଟି ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୨ରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ କେନ୍ଦ୍ରାପଡ଼ା ପୌରପାଳିକା ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ଏନ୍‌ଜିଟି ଦୁଇ ସପ୍ତାହ ମହଲତ ପ୍ରଦାନ କରିଥିଲେ। କିନ୍ତୁ ଜବାବ ରଖିବାକୁ ପୁଣି ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକ ସମୟ ଲୋଡିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗୋବରୀକୁ ଡମ୍ପିଂୟାର୍ଡରେ ପରିଣତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ହଜାରିବଗିଚା, ଖଡିଅଙ୍ଗା, ଜୟପୁରା, ସୁନାଇଲୋ, ଏକରାଖଣ୍ଡି, ନୟା ଇଦଗା ଭଳି ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ଗୋବରୀରେ ପକାଯାଉଛି। ଇଦଗାଠାରେ ବି‌େଶାଧନ ନ କରି ସିଧାସଳଖ ଡ୍ରେନ୍ ପାଣି ଗୋବରୀକୁ ଛଡାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe