କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ପ୍ରସୂତିଙ୍କ ଉପରେ ଖସିଲା ଟାଇଲ୍‌

Advertisment
ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

m.dailyhunt.in

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ମେଡିକାଲ୍‌ ପ୍ରସୂତି ବିଭାଗ ଲେବର‌୍‌ ରୁମ୍‌ କାନ୍ଥରୁ ଟାଇଲ୍‌ ଖସି ପଡ଼ିବାରୁ ଜଣେ ପ୍ରସୂତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ବେକ ପାଖରେ କ୍ଷତ ସୃଷ୍ଟ ହୋଇଛି।

ଆହତ ମହିଳା ହେଲେ, ସଦର ଥାନା କଇଁକୂଳ ଗ୍ରାମର ବକନ ସେଠୀଙ୍କ ପତ୍ନୀ ଊର୍ମିଳା (୨୬)। ପ୍ରସବ ଯନ୍ତ୍ରଣା ହେବାରୁ ସୋମବାର ଦିନ ଉର୍ମିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ସାଢେ଼ ୧୨ଟା ବେଳେ ଲେବର‌୍‌ ରୁମ୍‌ର କାନ୍ଥରୁ ତାଙ୍କ ଉପରେ ଟାଇଲ୍‌ ଖଣ୍ଡ ଖସିପଡ଼ିଥିଲା। ଊର୍ମିଳା ଗୋଟିଏ କଡ଼କୁ ମାଡ଼ି ବେଡ୍‌ରେ ଶୋଇଥିବାବେଳେ ଟାଇଲ୍‌ ତାଙ୍କ ପିଠି ଉପରେ ଆସି ପଡ଼ିଥିଲା। ଫଳରେ ତାଙ୍କ ବେକ ତଳ ପିଠି ଖଣ୍ତିଆ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଏହି ଘଟଣା ପରେ ମେଡିକାଲ କର୍ତୃପକ୍ଷ ତରବରିଆ ଭାବେ ଚଟାଣରେ ପଡ଼ିଥିବା ଭଙ୍ଗା ଟାଇଲ୍‌ ଖଣ୍ତ ସଫା କରିଦେବା ସହିତ ଉର୍ମିଳାଙ୍କର ଏକ୍ସରେ’ କରାଇଥିଲେ। କିନ୍ତୁ ରିପୋର୍ଟରୁ ତାଙ୍କର ହାଡ଼ରେ ଆଘାତ ଲାଗି ନଥିବା ଜଣାପଡ଼ିଛି। କିନ୍ତୁ ଏହି ଘଟଣା ମେଡିକାଲ୍‌ କର୍ତୃପକ୍ଷଙ୍କ ଖାମଖିଆଲ ମନୋଭାବକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe