୨୭ବର୍ଷ ପରେ କେନ୍ଦ୍ରାପଡ଼ା ଡବଲ ମର୍ଡର ମାମଲାର ରାୟ: ୬ ଜଣଙ୍କୁ ଆଜୀବନ ଜେଲ୍‌

Advertisment

୨୭ ବର୍ଷ ପରେ କେନ୍ଦ୍ରାପଡ଼ା ଡବଲ ମର୍ଡର ମାମଲାର ରାୟ ଶୁଣାଇଲା ହାଇକୋର୍ଟ । ୬ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ୧୫ ବର୍ଷ ହେବ ଜାମିନରେ ଥିଲେ, ପୁଣି ଜେଲ୍‌କୁ ଫେରିବେ ।

୨୭ ବର୍ଷ ପରେ କେନ୍ଦ୍ରାପଡ଼ା ଡବଲ ମର୍ଡର ମାମଲାର ରାୟ ଶୁଣାଇଲା ହାଇକୋର୍ଟ । ୬ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ୧୫ ବର୍ଷ ହେବ ଜାମିନରେ ଥିଲେ, ପୁଣି ଜେଲ୍‌କୁ ଫେରିବେ ।

2021040795-e1617794136281

Photograph: (Sambad.in)

କଟକ: କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ୧୯୯୬, ଜୁନ ୧୯ରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡ ରାୟ ହାଇକୋର୍ଟରେ କାଏମ ରହିଛି। କେନ୍ଦ୍ରାପଡ଼ା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ୧୯୯୮, ସେପ୍ଟେମ୍ବର ୨୨ର ରାୟକୁ ଚାଲେଞ୍ଜ କରି ୬ ଆସାମୀଙ୍କ ତରଫରୁ ୧୯୯୮ରେ ଦାୟର ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି।

ଏଥିସହିତ ହାଇକୋର୍ଟରେ ଅପିଲ ବିଚାରାଧୀନ ଥିବାବେଳେ ୨୦୧୦, ମାର୍ଚ୍ଚ ୧୮ର ଅନ୍ତରୀଣ ନିର୍ଦ୍ଦେଶ ଆଧାରରେ ଜାମିନରେ ଥିବା ଏହି ୬ଜଣ ଆସାମୀଙ୍କୁ ୧୫ ଦିନ ଭିତରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ୧୫ ବର୍ଷ ହେବ ଜାମିନରେ ଥିବା ୬ ଆସାମୀ ଚଣ୍ଡିଆ ଓରଫ ଚଣ୍ଡୀ ସେଠୀ, କରୁଣାକର ସେଠୀ, ବୁଲୁ ସେଠୀ, ବସନ୍ତ ସେଠୀ, ପ୍ରେମାନନ୍ଦ ସେଠୀ, ସୁରଥ ସେଠୀ ପୁଣି ଜେଲକୁ ଫେରି ଆଜୀବନ କାରାଦଣ୍ଡ ଭୋଗ କରିବେ। 


ମାମଲାରୁ ପ୍ରକାଶ ଯେ, ୧୯୯୬ ଜୁନ ୧୯ ସକାଳ ସାଢେ ସାତଟାରେ ଉଧାର ଟଙ୍କା ପରିଶୋଧ ନ ହେବାକୁ କେନ୍ଦ୍ର କରି ଶଙ୍କର୍ଷଣ ସେଠୀ ଓ ତାଙ୍କ ସଂପର୍କୀୟ ବାବୁଲି ସେଠୀଙ୍କୁ ଉପରୋକ୍ତ ଅଭିଯୁକ୍ତ ମାନେ ଠେଙ୍ଗା, ତେଣ୍ଟା ଓ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ଶଙ୍କର୍ଷଣଙ୍କ ଠାରୁ କରୁଣାକର ସେଠୀ ଏକ ହଜାର ଟଙ୍କା ଉଧାର ନେଇ ଫେରସ୍ତ ଦେଉନଥିବା ଅଭିଯୋଗ ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଧାର ଅର୍ଥ ଫେରାଇବାକୁ ଉଭୟ ଶଙ୍କର୍ଷଣ ଓ ବାବୁଲିଙ୍କୁ ଡାକି ନେଇ ଅଭିଯୁକ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଶଙ୍କର୍ଷଣଙ୍କ ବାପା କେନ୍ଦ୍ରାପଡା ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିବା ପରେ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା।

 ୧୯୯୮ ସେପ୍ଟେମ୍ବର, ୨୨ରେ କେନ୍ଦ୍ରାପଡ଼ା ଅତିରିକ୍ତ ଦୌରା ଜଜ୍ ଅଦାଲତ ମାମଲାର ଶୁଣାଣି କରି ଉପରୋକ୍ତ ୬ଜଣଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ୧୯୯୮ରେ ଆସାମୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ତିନି ଜଣ ଆସାମୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଉପରୋକ୍ତ ୬ଜଣଙ୍କୁ ଜାମିନରେ ଛାଡ଼ିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ୨୦୨୫, ଜୁଲାଇ ୨୪ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe