କେନ୍ଦ୍ରାପଡ଼ା ବିଧାୟକଙ୍କୁ କରୋନା

Advertisment

ବାଲିଗୁଡ଼ା ବିଧାୟକଙ୍କୁ କରୋନା, ପାଟଣାଗଡ଼ ବିଧାୟକଙ୍କୁ କରୋନା

ବାଲିଗୁଡ଼ା ବିଧାୟକଙ୍କୁ କରୋନା, ପାଟଣାଗଡ଼ ବିଧାୟକଙ୍କୁ କରୋନା

ଭି.କେ ପାଣ୍ଡିଆନଙ୍କ ଉପରେ ବିଶ୍ୱାସ ଥିବାରୁ ମୁଖ୍ୟମନ୍ତ୍ରୀ ନୂଆ ଦାୟିତ୍ୱ ଦେଇଛନ୍ତି: ବିଜେଡି

Odisha Bytes

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ତାଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ସେ ଏ ନେଇ ଟୁଇଟ୍‌ କରି ଜଣାଇଛନ୍ତି। ନିକଟରେ ତାଙ୍କ ସ˚ସ୍ପର୍ଶରେ ଆସିଥିବା ଲୋକଙ୍କୁ ସ୍ବାବ୍‌ ପରୀକ୍ଷା କରାଇ ନେବାକୁ ସେ ନିବେଦନ କରିଛନ୍ତି।

ବାଲିଗୁଡ଼ା ବିଧାୟକଙ୍କୁ କରୋନା
କ.ନୂଆଗାଁ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଚକ୍ରମଣି କହଁରଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଆଜି ବିଧାୟକ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଯାଇ ପରୀକ୍ଷା କରାଇଥିଲେ। ସେଠାରେ ଡାକ୍ତର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ଦେଇଥିଲେ। ପରେ ଏନେଇ ବିଧାୟକ ସମସ୍ତଙ୍କୁ ସୂଚନା ଦେବାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଜନସାଧାରଣଙ୍କୁ ସେମାନଙ୍କ କୋଭିଡ୍ ପରୀକ୍ଷା କରାଇ ନେବା ପାଇଁ ଅନୁରୋଧ କରିଥିଲେ। ଅଞ୍ଚଳର ସମସ୍ତ ଜନସାଧାରଣ ବିଧାୟକଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

publive-image Scroll.in

ପାଟଣାଗଡ଼ ବିଧାୟକଙ୍କୁ କରୋନା
ପାଟଣାଗଡ଼ : ପାଟଣାଗଡ଼ ବିଧାୟକ ସରୋଜ ମେହେର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ମେହେର ନିଜେ ସାମାଜିକ ଗଣମାଧ୍ୟମ ବାର୍ତ୍ତା ଜରିଆରେ ଜଣାଇଛନ୍ତି ଯେ, ସେ କରୋନା ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ସେ ସୁସ୍ଥ ଥିବା, ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉ ନଥିବା ଓ ସେ ଡାକ୍ତରଙ୍କ ପରାମର୍ଶରେ ହୋମ୍‌ କ୍ବାରାଣ୍ଟିନରେ ରହିଥିବା ସୂଚନା ଦେଇଛନ୍ତି। ସେହିପରି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe