ବଜ୍ରପାତ ମୃତାହତଙ୍କ ପରିବାରକୁ ଭେଟିଲେ ସିଦ୍ଧାର୍ଥସ୍ବରୂପ

Advertisment
ବଜ୍ରପାତ ମୃତାହତଙ୍କ ପରିବାରକୁ ଭେଟିଲେ ସିଦ୍ଧାର୍ଥସ୍ବରୂପ

ଆଳି: ରବିବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଥିବା ଆଳିଥାନା ଜେନାଭଳି ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ନିଃସହାୟ ପରିବାର, ଆହତ କାର୍ତ୍ତିକ ଦାସ ଓ ପିତାମ୍ବର ଦାସଙ୍କ ସହିତ ତାଙ୍କ ପରିବାରକୁ କଂଗ୍ରେସର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ଆଜି ଭେଟିଛନ୍ତି। ଶ୍ରୀ ଦାସ ଏହି ସାକ୍ଷାତ ଅବସରରେ ମୃତ ଲକ୍ଷ୍ମୀଧରଙ୍କ ପରିବାର ଓ ଆହତଙ୍କୁ ସମବେଦନା ଜଣାଇ ସ୍ବାନ୍ତନା ଦେବା ସହିତ ମୃତ ଲକ୍ଷ୍ମୀଧରଙ୍କ ପରିବାର ସଦସ୍ୟ ଓ ଦୁଇ ଆହତଙ୍କ ପରିବାରକୁ ସହାୟତାର ହାତ ବଢାଇଥିଲେ।

ସାଂସଦ ପ୍ରାର୍ଥୀ ଶ୍ରୀ ଦାସଙ୍କ ସହିତ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବ୍ଲକ୍ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ରାଜମୋହନ ସ୍ବାଇଁ, ବିଶ୍ବଜିତ ତରାଇ ପ୍ରମୁଖ ବଜ୍ରପାତରେ ମୃତାହତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe