କେନ୍ଦ୍ରାପଡ଼ାରେ ଆଲୋକୀକରଣ ଦୁର୍ନୀତି: ଖୁଣ୍ଟରେ ନାହିଁ; ଖାତାରେ ଆର୍ଥି˚

Advertisment

ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

କେନ୍ଦ୍ରାପଡ଼ାରେ ଆଲୋକୀକରଣ ଦୁର୍ନୀତି: ଖୁଣ୍ଟରେ ନାହିଁ; ଖାତାରେ ଆର୍ଥି˚

bajajelectricals.com

କେନ୍ଦ୍ରାପଡ଼ା : କେବଳ ଏଲ୍‌ଇଡି ଲାଇଟ୍‌ ନୁହେଁ; ଆର୍ଥି˚ ସ˚ଯୋଗୀକରଣରେ ବି ଆଖିବୁଜା ଦୁର୍ନୀତି ହୋଇଛି। ଖୁଣ୍ଟରେ ଆର୍ଥି˚ ସ˚ଯୋଗର ନାଁ ଗନ୍ଧ ନାହିଁ। ଅଥଚ, କାଗଜପତ୍ରରେ ଦର୍ଶାଯାଇଛି ଯେ ଏଲ୍‌ଇଡି ଲାଇଟ୍‌ ଲାଗିଥିବା ବିଦ୍ୟୁତ୍‌ ଖୁଣ୍ଟରେ ଆର୍ଥି˚ ତାର ଟଣାଯାଇଛି। କୋଉ ମୁଖ୍ୟରାସ୍ତାରେ ୪୧ଟି ଖୁଣ୍ଟ ଆର୍ଥି˚ ହୋଇଥିବା ଦର୍ଶାଯାଇଛି ତ କୋଉଠି ୩୬ଖୁଣ୍ଟ। ହେଲେ ବାସ୍ତବ ଚିତ୍ର ସ˚ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ଯେତିକି ଖୁଣ୍ଟ ଆର୍ଥି˚ ହୋଇଥିବା ରେକର୍ଡରେ ଦର୍ଶାଯାଇଛି, ତାର ଅଧା ବି କରାଯାଇ ନାହିଁ।

କୌତୂହଳର କଥା ହେଉଛି, ଯେଉଁ ହାତଗଣତି ପାଞ୍ଚ ଦଶଟି ଖୁଣ୍ଟରେ ଆର୍ଥି˚ ହୋଇଥିବା ଦେଖିବାକୁ ମିଳିଛି, ତାହା ସ˚ପୂର୍ଣ୍ଣ ଉପରଠାଉରିଆ। ଖୁଣ୍ଟରୁ ତାର ଆଣି ମାଟିରେ ଭଲ ଭାବେ ପୋତା ଯାଇନାହିଁ। ଅନେକ ସ୍ଥାନରେ ଆର୍ଥି˚ ତାର ଖୁଣ୍ଟ ମୂଳେ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଆଉ କେତେକ ସ୍ଥାନରେ ର-ଠ ରେ ମାତ୍ର ଚାଖଣ୍ତେ ଗାତ ଖୋଳି ପୋତାଯାଇଥିବା ଦୃଶ୍ୟ କେଶପୁରରୁ ଗୋପ ଛକ ଯାଏ ଏବ˚ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ୍‌ରୁ ହଜାରୀବଗିଚା ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି। କେବଳ ଏହି ଦୁଇଟି ରାସ୍ତା ନୁହେଁ, ପୌରପାଳିକାର ସମସ୍ତ ୨୧ଟି ଵାର୍ଡ ମୁଖ୍ୟରାସ୍ତା ଆଲୋକୀକରଣରେ ଆର୍ଥି˚ ଅବସ୍ଥା ଅନୁରୂପ ଥିବା ବେଳେ ଠିକା ସ˚ସ୍ଥା ‘ଏନର୍ଜି ଏଫିସିଏନ୍ସି ସର୍ଭିସ୍‌ ଲିମିଟେଡ୍‌’ ବା ‘ଇଇଏସ୍‌ଏଲ୍‌’ କିନ୍ତୁ ୫୯୭ଟି ଖୁଣ୍ଟ ‘କେମିକାଲ୍‌ ଆର୍ଥି˚’ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ’ କରିଥିବା ଅଭିଯୋଗ ଦୃଢ଼ୀଭୂତ ହେଉଛି।

publive-image bajajelectricals.com

ଠିକା ସ˚ସ୍ଥା ଏଲ୍‌ଇଡି ଲାଇଟ୍‌ ଲଗାଣରେ କରିଥିବା ଦୁର୍ନୀତି ସାମ୍ନାକୁ ଆସି ସାରିଛି। ଖୁଣ୍ଟରେ ବାସ୍ତବରେ ଯେତିକି ଲାଇଟ୍‌ ଲଗାଯାଇଛି, ତାର ଦୁଇଗୁଣ ଖାତାରେ ଦେଖାଯାଇଛି। ୧୨ନମ୍ବର ଵାର୍ଡର କେନ୍ଦ୍ରାପଡ଼ା ହାଇସ୍କୁଲଠାରୁ ହଜାରୀବଗିଚା ଯାଏ ଲଗାଯାଇଥିବା ଲାଇଟ୍‌ଗୁଡ଼ିକୁ ସୋମବାର ‘ସମ୍ବାଦ’ ଟିମ୍‌ ଯାଞ୍ଚ କରିବା ପରେ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ଆଜି ଆର୍ଥି˚ ସ୍ଥିତି ଯାଞ୍ଚ କରିବାପରେ ଆଲୋକୀକରଣରେ ଦୁର୍ନୀତିର ସୀମା କିଭଳି ଲ˚ଘିଛି, ତାହା ଧରାପଡ଼ିଯାଇଛି। କେନ୍ଦ୍ରାପଡ଼ା ହାଇସ୍କୁଲରୁ ହଜାରୀବଗିଚା ଯାଏ ମୁଖ୍ୟରାସ୍ତାରେ ଏଲ୍‌ଇଡି ଲାଗିଥିବା ୬୮ଖୁଣ୍ଟରୁ ୪୧ଟି ଖୁଣ୍ଟରେ ଆର୍ଥି˚ ହୋଇଥିବା ଦର୍ଶାଯାଇଛି। ହେଲେ କ୍ଷେତ୍ରସ୍ତରରେ ଯାଞ୍ଚ ପରେ ମାତ୍ର ୧୦ଟି ଖୁଣ୍ଟ ଆର୍ଥି˚ ହୋଇଥିବା ଜଣାପଡ଼ିଛି। ସେଥିମଧୢରୁ ପୁଣି ଅନେକ ଖୁଣ୍ଟରେ ଆର୍ଥି˚ ସ˚ଯୋଗ ବିଚ୍ଛିନ୍ନ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମାନ ଚିତ୍ର କେଶପୁରର ଗୋପଛକ ଯାଏ ହୋଇଥିବା ଆଲୋକୀକରଣରେ ଦେଖିବାକୁ ମିଳିଛି।

ଏହି ଦେଢ଼ କିଲୋମିଟର ରାସ୍ତାରେ ୧୬୫ଟି ଲାଇଟ୍‌ ଏବ˚ ୩୬ଟି ଖୁଣ୍ଟ ଆର୍ଥି˚ ହୋଇଥିବା ରେକର୍ଡରେ ଦର୍ଶାଯାଇଛି। ହେଲେ ‘ସମ୍ବାଦ’ ଟିମ୍‌ ଆଜି ଏହାର ବାସ୍ତବ ସ୍ଥିତି ଯାଞ୍ଚ କରିବାପରେ ୧୦୨ଟି ଲାଇଟ୍‌ ଏବ˚ ମାତ୍ର ୫ଟି ଖୁଣ୍ଟରେ ଆର୍ଥି˚ ହୋଇଥିବା ଦେଖିବାକୁ ମିଳିଛି। ଅର୍ଥାତ୍‌ ରେକର୍ଡ ତୁଳନାରେ ୬୩ଟି ଲାଇଟ୍‌ ଲାଗି ନ ଥିବାବେଳେ ୩୧ଟି ବିନା ଆର୍ଥି˚ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଲାଇଟ୍‌ ଲଗାଇବା ଦାୟିତ୍ବ ‘ଇଇଏସ୍‌ଏଲ୍‌ ସରକାରଙ୍କଠୁ ପାଇଥିଲେ ବି ପରବର୍ତ୍ତୀ ସମୟରେ ସେ ସବଲେଟ୍‌ରେ ଅନ୍ୟ ଏକ ଠିକାସ˚ସ୍ଥା ‘ଆସ୍ଥା ଇଲେକ୍ଟ୍ରିକାଲ୍‌ସ’ ହାତକୁ ଟେକି ଦେଇଥିଲା। ସ˚ପୃକ୍ତ ସ˚ସ୍ଥା ହିଁ ୨୦୧୯ମସିହାରେ ୨ କୋଟି ୮୮ଲକ୍ଷ ୬୬ହଜାର ୪୩୫ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ଟି ଵାର୍ଡର ମୁଖ୍ୟରାସ୍ତାରେ ସମୁଦାୟ ୩୧୭୫ଟି ଲାଇଟ୍‌ ଲଗାଇଥିବା ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe