କେନ୍ଦ୍ରାପଡ଼ା: ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

Advertisment
କେନ୍ଦ୍ରାପଡ଼ା: ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧୢଦେବତା ପ୍ରଭୁ ସିଦ୍ଧ ବଳଦେବଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ତପକୁ ବିଜେ କରିବା ସହିତ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବିଳମ୍ବିତ ରାତି ଯାଏ ଦର୍ଶନ ଚାଲିବା ପରେ ଶ୍ରୀଜିଉ ଅଣସର ଗୃହକୁ ପ୍ରବେଶ କରିଛନ୍ତି। ଜୁଲାଇ ୭ ତାରିଖ ନେତ୍ରୋତ୍ସବରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ସେହି ଦିନ ମହାପ୍ରଭୁ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ବାହାରିବେ ା ଆଜି ଧାର୍ଯ୍ୟ ସମୟଠୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସିଦ୍ଧ ବଳଦେବଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।

ନିର୍ଘଣ୍ଟ ନୀତି ଅନୁଯାୟୀ ଶ୍ରୀଜିଉ ମଝି ଦେଉଳରୁ ଓହ୍ଲାଇ ପ୍ରଥମେ ସ୍ନାନ ମଣ୍ତପକୁ ବିଜେ କରିଥିଲେ। ସେଠାରେ ପାରମ୍ପରିକ ରୀତିନୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍ନାନ ମଣ୍ତପରେ ଗଜବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବଡ଼ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମହାପ୍ରଭୁ ୧୫ ଦିନ ଅନବସରରେ ରହିବାକୁ ଥିବା ବେଳେ ମହାପ୍ରଭୁଙ୍କ ଫଟୋଚିତ୍ର ଜଗମୋହନରେ ପୂଜା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe