କେନ୍ଦ୍ରାପଡ଼ା: ପୁଲିସ୍ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ଡାକ୍ତରଙ୍କ ସମେତ ୮ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ପୁଲିସ୍ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ଡାକ୍ତରଙ୍କ ସମେତ ୮ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ପୁଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏକ ଘରୋଇ ନର୍ସିଂହୋମର ୨ଡାକ୍ତରଙ୍କ ସମେତ ୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ପୁଲିସ୍ ଗିରଫ କରିଥିବା ଜଣାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଓ୍ବେଵ ପୋର୍ଟାଲ୍‌ରେ କାର୍ଯ୍ୟରତ ସୁନିଲ ମହାପାତ୍ର ଗତକାଲି ରାତି ପ୍ରାୟ ୯ଟା ବେଳେ ଖବର ସ˚ଗ୍ରହ ପାଇଁ କେନ୍ଦ୍ରାପଡ଼ା ସହରରେ ଥିବା ଦୁର୍ଗା ନର୍ସି˚ହୋମ୍‌କୁ ଯାଇଥିଲେ। ସେଠାରେ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ନର୍ସି˚ହୋମ୍‌ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ହଠାତ୍‌ ଆସି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ଏପରିକି ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଛଡ଼ାଇ ରଖି ଦେଇଥିଲେ। ଏହି ସମୟରେ ନର୍ସି˚ହୋମ୍‌ ଆଗରେ ଭିଡ଼ ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପ୍ରଶାସନିକ ଅଧିକାରୀ ପୁଲିସକୁ ଖବର ଦେଇଥିଲେ।

publive-image

ଥାନାଧିକାରୀ ଏସ୍‌ଆଇ ସୌମ୍ୟର˚ଜନ ଜାଲିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଏସ୍‌ଆଇ ଶ୍ରୀ ଜାଲି ନର୍ସି˚ହୋମ୍‌କୁ ଯାଇ ଏ ସ˚କ୍ରାନ୍ତରେ ପଚରାଉଚରା କରିବା ସହ ସୁନିଲଙ୍କ ବାଇକ୍‌ ଓ ମୋବାଇଲ୍‌ ଦେବା ପାଇଁ କହିଥିଲେ। ହେଲେ ଦୁଇ ଭାଇ ଦେବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ଏସ୍‌ଆଇ ସିସି କ୍ୟାମେରା ଯାଞ୍ଚ କରି ଘଟଣା ପ୍ରକୃତରେ କ’ଣ ବୋଲି ଜାଣିବାକୁ ଚାହିଁବାରୁ ଅଭିଯୁକ୍ତ ଦୁଇ ଭାଇ ତାଙ୍କୁ ଠେଲାପେଲା କରିବା ସହ ଗାଳି କରିଥିବା ଥାନାଧିକାରୀ ସୂଚନା ଦେଇଥିଲେ।

ପୁଲିସ ଆହତ ସାମ୍ବାଦିକ ସୁନିଲଙ୍କ ଅଭିଯୋଗ କ୍ରମେ ୧୨୬/୨୦ରେ ଏକ ମାମଲା ରୁଜୁ କରି ଦୁଇ ଭାଇ ଡାକ୍ତର ଦେବାଶିଷ ସାହୁ ଓ ଡାକ୍ତର ଶିବାଶିଷ ସାହୁଙ୍କୁ ଗିରଫ କରିଥିଲା। ଦୁଇ ଡାକ୍ତରଙ୍କ ଛଡ଼ା ଅନ୍ୟ ୬ ସହଯୋଗୀଙ୍କୁ ବି ଗିରଫ କରାଯାଇଥିଲା। ଶିବାଶିଷ ସାହୁ କଟକର ଏସସିବି ମେଡିକାଲରେ ନିଯୁକ୍ତି ପାଇଥିବା ବେଳେ ଦେବାଶିଷ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe