ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଅଗଷ୍ଟରୁ ଆରମ୍ଭ ହେବା ସମ୍ଭାବନା, ପ୍ରଶାସନର ପ୍ରସ୍ତୁତି ଜୋର

Advertisment
ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଅଗଷ୍ଟରୁ ଆରମ୍ଭ ହେବା ସମ୍ଭାବନା, ପ୍ରଶାସନର ପ୍ରସ୍ତୁତି ଜୋର

ଜୟପୁର: ଯେକୌଣସି ପରିସ୍ଥିତିରେ ବି ଏହି ଶିକ୍ଷାବର୍ଷରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେଉ ଏହି ଉଦ୍ୟମ ଆରମ୍ଭ କରିଛି ଜିଲ୍ଲାପ୍ରଶାସନ। ଆଜି ଏହି ପୁରୁଣା କୋଠାର କ’ଣ କ’ଣ ଆବଶ୍ୟକତା ରହିଛି ଏବଂ କିଭଳି ଭିତ୍ତିଭୁମି ସଜାଡ଼ାଯିବ ତାହାର ତଦାରଖ କରିଥିଲେ ଜିଲ୍ଲାପାଳ ମହମ୍ମଦ ଆବଦାଲ ଆଖତର। କିଭଳି ଏହି କୋଠାର ଆନୁସଙ୍ଗିକ ଭିତ୍ତିଭୁମି ଆଦି ସଜାଡି ନୂଆ ରଙ୍ଗ ଓ ରୁପ ଦିଆଯିବ, ସେନେଇ ଜିଲ୍ଲାପାଳ ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ପିଏଆଇଟିଡିଏ ଗୋପୀନାଥ ସାରକା, ଜୟପୁର ବିଡିଓ ସୂରଜ ପଟ୍ଟନାୟକ, ପୌରସହକାରୀ ଯନ୍ତ୍ରୀ ପ୍ରଭାକର ଦାସ, କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ , ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମକାପୁଟରେ ନିର୍ମାଣ ସରିଥିବା ଅନ୍ବେଷା ଛାତ୍ରବାସକୁ ନୂଆ ଶିକ୍ଷାବର୍ଷରୁ ପିଲାଙ୍କୁ ରଖାଯିବାକୁ ଜିଲ୍ଲାପାଳ ନି‌ର୍ଦ୍ଦେଶ ଦେଇଥିଲେ।

publive-image

ପ୍ରକାଶଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଏକ ପ୍ରତିନିଧି ଦଳ ଜୟପୁର ଆସି ବିଦ୍ୟାଳୟ ପାଇଁ ଲିଜରେ ଦେବାକୁ ଥିବା ୮ଏକର ଜମି ବୁଲି ଦେଖିଥିଲେ। ନୂଆ ସ୍କୁଲ ଗୃହ ଓ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଆଦି ରହିବା କ୍ବାର୍ଟର ନିର୍ମାଣ ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିବା ପାଇଁ ସରକାରୀ ବିଲଡିଂର ଆବଶ୍ୟକତା ରହିଛି ବୋଲି ଟିମ୍ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ପାର୍ଶ୍ବରେ ଥିବା ଅନ୍ବେଷା ଛାତ୍ରାବାସକୁ ଏଥିପାଇଁ ଦେବାକୁ ନିଷ୍ପତି ନେଇଥିଲେ। ଏହାକୁ ବି ଏହି ପ୍ରତିନିଧି ଦଳ ବୁଲି ଦେଖିଥିଲେ। ଲିଜ୍ ଜମି ମଧ୍ୟରେ ରହିଥିବା ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଚିଠି କରିଥିବା କହିଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ।

ପ୍ରଶାସନ ପକ୍ଷରୁ ଏହି ୮ଏକର ଜମି ଲିଜରେ ଦେବାକୁ ପୁରା ପ୍ରସ୍ତୁତି ସରିଥିବା ବି କହିଛନ୍ତି ଉପଜିଲ୍ଲାପାଳ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜମି ନେବାକୁ ସବୁଜ ସଂକେତ ଦେବା ମାତ୍ରକେ ଜମି ଲିଜ୍ ଦେବା ସହ କୋଠା ବି ଦିଆଯିବ। ପ୍ରତିନିଧି ଦଳ କହିବା ମୁତାବକ ଅଗଷ୍ଟରୁ ପିଲାଙ୍କ ନାମ ଲେଖା ହେବ। ଏବଂ ଏହି ଶିକ୍ଷାବର୍ଷରେ ବିଦ୍ୟାଳୟ ଆରମ୍ଭ କରାଯିବ। ତେଣୁ ଅନ୍ବେଷା କୋଠାର ମରାମତି, ଆନୁସଙ୍ଗିକ ଭିତ୍ତିଭୂମିକୁ ସଜାଡାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସବୁଜ ସଂକେତ ଦେବା ବେଳକୁ ଆମେ ବି ଆମ ପକ୍ଷରୁ ସବୁ ରକମର ପ୍ରସ୍ତୁତି ସାରିବୁ। ଜମି ଲିଜ୍ ଦେବା ସହ ଏହି କୋଠା ବି ବିଦ୍ୟାଳୟ ଆରମ୍ଭ କରିବାକୁ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe