କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ: ଜନକଲ୍ୟାଣ ମଞ୍ଚର ବିକ୍ଷୋଭ

Advertisment
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ: ଜନକଲ୍ୟାଣ ମଞ୍ଚର ବିକ୍ଷୋଭ

ଜୟପୁର: ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଆହୁତ ଏହି ବିକ୍ଷୋଭ କୋଭିଡ ହସ୍ପିଟାଲ ସମ୍ମୁଖ ସହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତି ତଳେ ସକାଳ ଦଶଟା ରୁ ତିନି ଘଣ୍ଟା ବ୍ୟାପି ଦିନ ଗୋଟାଏ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଏଥିରେ ସହରର ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ବିଶେଷ କରି କେନ୍ଦ୍ର ଶିକ୍ଷା ବିଭାଗ ବିଚରାଧୀନ ରହିଥିବା ଏହି ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ କାହିଁକି ବିଳମ୍ବ ହେଉଛି ତାହା ଏକ ପ୍ରଶ୍ନ ବୋଲି ବକ୍ତାମାନେ କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ, ଅସ୍ଥାୟୀ ଗୃହ ଯୋଗାଣ ସାଙ୍ଗକୁ ବିଧାନସଭା ଏବଂ ଲୋକସଭାରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପ୍ରଶ୍ନ ସହ ଉଭୟେ ଦେଶର ଶିକ୍ଷା ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସାକ୍ଷାତ ପରେ ବି ବିଳମ୍ବର କାରଣ ନ ଜାଣିବା ଜୟପୁର ବାସୀଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବା ଜଣାଇଥିଲେ । ଆସନ୍ତା କାଲି କେନ୍ଦ୍ର ସରକାରଙ୍କ ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବାରୁ ଏହି ପ୍ରଶ୍ନର ସ୍ପଷ୍ଟୀକରଣ ତଥା ଉତ୍ତର ସେ ନିଜେ ରଖିବା ଆବଶ୍ୟକ  ବୋଲି ଏମାନେ କହିଛନ୍ତି।

ଜନସଂଖ୍ୟା ଦୃଷ୍ଟିରୁ ଜୟପୁର ସହର ୧୧ତମ ମାନ୍ୟତା ପାଇଥିଲେ ବି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରତିଷ୍ଠା ହୋଇଥିବା ୬୦ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ଗୋଟିଏ ବି ଏହା ଭାଗରେ ନ ପଡିବା ବିଡ଼ମ୍ବନା ବୋଲି ବିକ୍ଷୋଭକାରୀ ମାନେ ମତ ପ୍ରକାଶ କରିଥିଲେ । ଏହି ସହରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିମାନବନ୍ଦର ସାଙ୍ଗକୁ ବିଶ୍ୱ ବିଦ୍ୟାଳୟ  ସ୍ଥାପନ କରିଥିବା  ବେଳେ କେନ୍ଦ୍ର ସରକାରଙ୍କ ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ।  ମଞ୍ଚ ପକ୍ଷରୁ ଆବାହକ ରାଜେନ୍ଦ୍ର କୁମାର ଗୌଡ଼ ଏହି ବିକ୍ଷୋଭର ଆହ୍ୱାନ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ, ଜି ମହେଶ, ହରିଶ ମୁଦୁଲି, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ବାହିନୀପତି, ସାଧୁ ଚରଣ ଦାସ ଚୌଧୁରୀ, ଲଷ୍ମୀ ନାରାୟଣ ପାଢ଼ୀ, ବୁଲୁ ଚୌଧୁରୀ, ରାମ ନାୟକ, ନଗର ବିଜେଡି ସଭାପତି ହର ମିଶ୍ର, ତାପସ ପଣ୍ଡା,  କେ.ଚନ୍ଦ୍ରମୌଳି, ସନ୍ତୋଷ ସାମନ୍ତରାୟ, ଚନ୍ଦ୍ର ଶେଖର ସାହୁ, କାର୍ତ୍ତିକ ରାଉତ, ଦିଲୀପ କୁମାର ଦାସ, ପ୍ରକାଶ ପାଙ୍ଗି, ବି ରମେଶ ରାଓ, ଅଭି ହରିଜନ ଓ ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe