ଓଡ଼ିଶାରେ ପ୍ରଥମ: ଗ୍ରାମସଭା ଟ୍ରାନ୍‌ଜିଟ ପର୍‌ମିଟ୍‌ରେ କେନ୍ଦୁପତ୍ର ଚାଲାଣ

ଓଡ଼ିଶାରେ ପ୍ରଥମ: ଗ୍ରାମସଭା ଟ୍ରାନ୍‌ଜିଟ ପର୍‌ମିଟ୍‌ରେ କେନ୍ଦୁପତ୍ର ଚାଲାଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର କେଲିଆ ଗ୍ରାମଠାରେ ସଂଗୃହୀତ କେନ୍ଦୁପତ୍ର ବିକ୍ରି ଉଦ୍ଦେଶ୍ୟରେ ଏହି ଆଇନର ସଂଶୋଧିତ ନିୟମାବଳୀ ୨୦୧୨ର ନିୟମ ୨(୧) (ଘ) ପ୍ରାବଧାନ ଅନୁସାରେ ଗ୍ରାମସଭାମାନଙ୍କ ଦ୍ୱାରା ପ୍ରସ୍ତୁତ ନିଜସ୍ୱ ଟ୍ରାନ୍‌ଜିଟ ପର୍‌ମିଟ୍‌ ବହିର ଉଦ୍‌ଘାଟନ ହୋଇଥିଲା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଯାଜପୁର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କାଲିଆକୁଣ୍ଡଳ ପଞ୍ଚାୟତ ସରପଞ୍ଚ ଲିଙ୍ଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମ୍ଇ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଥିଲେ। ଗ୍ରାମସଭାମାନଙ୍କ ଦ୍ୱାରା ସଂଗୃହୀତ କେନ୍ଦୁପତ୍ର ସୁରକ୍ଷିତ ରଖିବା ପାଇଁ ଆଗାମୀ ଏକ ବର୍ଷ ମଧ୍ୟରେ ଗୋଟିଏ ଗୋଦାମ ଗୃହର ବ୍ୟବସ୍ଥା କରାଯିବ ‌ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଘୋଷଣା କରିଥିଲେ।

ଗାଁର ଆଦିବାସୀ ଓ ବନବାସୀଙ୍କ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ପତ୍ରଗୁଡିକୁ ବିକ୍ରି ପାଇଁ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନି ସହିତ ବୁଝାମଣା କରି ଆଜି ଗ୍ରାମସଭାର ଟ୍ରାନ୍‌ଜିଟ ପର୍‌ମିଟ୍‌ରେ କେନ୍ଦୁପତ୍ର ଚାଲାଣ କରାଯାଇଥିଲା। କାର୍ଯ୍ୟକ୍ରମକୁ କଳାହାଣ୍ଡି ଗ୍ରାମସଭା ମହାସଂଘ ତରଫରୁ ଆୟୋଜନ କରାଯାଇଥିଲା ବେଳେ କେଲିଆ ଜଙ୍ଗଲ ଆଞ୍ଚଳିକ ଗ୍ରାମସଭା ମହାସଂଘର ସଭାପତି ଯତିରାମ ନାଏକ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଳାହାଣ୍ଡି ଗ୍ରାମସଭା ମହାସଂଘର ସଂପାଦକ ବ୍ୟାସଦେବ ମାଝୀ ଏହି ମହାସଂଘର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭାର ରହିଥିବା କ୍ଷମତା, କର୍ତ୍ତବ୍ୟ, ଅଧିକାର ଓ ଟ୍ରାନ୍‌ଜିଟ ପର୍‌ମିଟ୍‌ର ବ୍ୟବହାର ସମ୍ପର୍କରେ ଓଡ଼ିଶା ଜଙ୍ଗଲ ମଞ୍ଚର ଆବାହକ ଦାଶରଥୀ ବେହେରା ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରାମସଭା, ଆଞ୍ଚଳିକସ୍ତରୀୟ ଗ୍ରାମସଭା ମହାସଂଘ, ବ୍ଲକସ୍ତରୀୟ ଗ୍ରାମସଭା ମହାସଂଘର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କେଲିଆ ଗ୍ରାମସଭା ସଭାନେତ୍ରୀ ପ୍ରଫୁଲ ମାଝୀ, ଚେରମହୁଲ ଗ୍ରାମସଭାର ଯୁଗ୍ମ ସଂପାଦିକା ଗୌରୀ ମାଝୀ, ଉପରଜାରିଙ୍ଗର ସଂପାଦକ ଲିଙ୍ଗରାଜ ରାଉତ, ସୁରୁଗୁଡ଼ାର ସଂପାଦକ ଈଶ୍ୱର ପାତ୍ର, ଡାକିବଣ୍ଡେଲ ଗ୍ରାମସଭାର ସଭାନେତ୍ରୀ ବାସମତୀ ମାଝୀ, ଭୋଇଗୁଡା ଗ୍ରାମର ସଭାନେତ୍ରୀ ସୁନିତା ମାଝୀ, କୋକସରା ବ୍ଲକ୍‌ସ୍ତରୀୟ ଗ୍ରାମସଭା ମହାସଂଘର ସଭାପତି କେଶରୀ ପୂଝାରୀ, ସଂପାଦକ ବିଭେବାର ଶଗଡ଼ିଆ, ଗୋଲାମୁଣ୍ଡା ବ୍ଲକ୍‌ସ୍ତରୀୟ ଗ୍ରାମସଭା ମହାସଂଘ ସଭାପତି କୁଞ୍ଜ ବିହାରୀ ଚନ୍ଦନ, ମ. ରାମପୁର ବ୍ଲକ୍‌ର ଆଞ୍ଚଳିକ ସ୍ତରୀୟ ଗ୍ରାମସଭା ମହାସଂଘର ସଂପାଦକ ଅମର ପାତ୍ର, ବାଗଡୁଙ୍ଗରୀ ଗ୍ରାମର ଶୀଲା ତାଣ୍ଡି, ଆଟିଗାଁର ରେବତୀ ଦଣ୍ଡସେନା, ଜାମଝରଣ ଗ୍ରାମର ମଧୁସୁଦନ ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। କଳାହାଣ୍ଡି ଗ୍ରାମସଭା ମହାସଂଘର କୋଷାଧ୍ୟକ୍ଷ ତିଲମଣୀ ବେମାଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe