କେନ୍ଦୁପତ୍ର ଚୋରାଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ

କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନର ଦେଓଗାଁ ଫରେଷ୍ଟର ଅରକ୍ଷୀତ ଦଳାଇଙ୍କୁ  ନିଲମ୍ବନ କରିଛନ୍ତି କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ।  ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶନ ପରେ କେନ୍ଦୁପତ୍ର....

suspended

Photograph: (The Hans India)

ଦେଓଗାଁ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନର ଦେଓଗାଁ ଫରେଷ୍ଟର ଅରକ୍ଷୀତ ଦଳାଇଙ୍କୁ  ନିଲମ୍ବନ କରିଛନ୍ତି କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ।  ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶନ ପରେ କେନ୍ଦୁପତ୍ର ବିଭାଗ ତତ୍ପରତା ପ୍ରକାଶ କରିବା ସହ ଘଟଣାର ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପକ୍ଷରେ ଅଭିଯୋଗ ହେବା ଦିନଠୁ ଦେଓଗାଁ କେନ୍ଦୁପତ୍ର ରେଞ୍ଜ ଅଧିକାରୀ ଧୁବା ରଣା ଅଫିସ ଆସୁ ନଥିବାରୁ ତାଙ୍କ ଭୂମିକା ଓ କେନ୍ଦୁପତ୍ର ଚୋରାଚାଲାଣକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କଲେ କେନ୍ଦୁପତ୍ର ବିଭାଗରେ ଚ‌ାଲିଥିବା ବଡ଼ଧରଣର କେଳେଙ୍କାରୀ ସାମନାକୁ ଆସିବ ବୋଲି ଆଲୋଚନା ହେଉଛି।    ସୂଚନାଯୋଗ୍ୟ, ଟିଟିଲାଗଡ଼ ଡିଭିଜନ ନୂଆପାଲି ଫଡ଼ିରୁ ଗତ ୧୮ ତାରିଖ ଦେଓଗାଁ ରେଞ୍ଜ ଅଫିସ୍‌ରେ ଥିବା ଗୋଦାମକୁ ଏକ ଗାଡ଼ି (ଓଡି ୦୩ଏଚ୍‌ ୩୪୮୬)ରେ ୪୦ଟି ବସ୍ତାରେ ୪୮୦ ବଣ୍ଡଲ କେନ୍ଦୁପତ୍ର ଚାଲାଣ ହେଉଥିଲା।

ଏନେଇ ଖବରପାଇ ଗାଁ ଲୋକେ ରାସ୍ତାରେ ଗାଡ଼ିକୁ ଅଟକାଇଥିଲେ। ୪୦ଟି ବସ୍ତାରୁ ୨୪ଟି ବସ୍ତାର କାଗଜପତ୍ର ଠିକ୍ ଥିବା ବେଳେ ବାକି ୨୬ ବସ୍ତାର ୩୧୨ ବଣ୍ଡଲ୍‌ ବେଆଇନ ଭାବେ ବାହାରକୁ ଚାଲାଣ କରିବା ପାଇଁ ଦେଓଗାଁ ରେଞ୍ଜକୁ ନିଆଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ଗାଡ଼ିର ଟ୍ରାଞ୍ଜିଟ୍ ପାସ୍ କି କେନ୍ଦୁପତ୍ର ବଣ୍ଡଲ୍‌ର ଫର୍ମ ନଂ୬ ମଧ୍ୟ ନଥିଲା। ଯାହାକୁ ନେଇ ଅଧିକ ସନ୍ଦେହ ଦେଖାଦେଇଥିଲା। କେବଳ ଡ୍ରାଇଭର ଧରିଥିବା ହାତଲେଖା କାଗଜରେ ବିନା ନମ୍ବରରେ ୨୬ଟି ବସ୍ତା ଯାଉଛି ବୋଲି ଉଲ୍ଲେଖ ଥିଲା। ଯାହାକି ଫରେଷ୍ଟର ଓ ରେଞ୍ଜର ମିଶି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଖାଲି ଏତିକି ନୁହେଁ, ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ ନଥିବା ଗାଡ଼ିରେ କେନ୍ଦୁପତ୍ର ପରିବହନ ହେଉଥିବାରୁ କିଏ ଏହି ଗାଡ଼ି ଲଗାଇବା ପାଇଁ ଅନୁମତି ଦେଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ତେବେ ପ୍ରାଥମିକ ତଦନ୍ତ ପରେ ଆଜି ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯାଇଛି। ତେବେ ଆଗକୁ କିଭଳି ତଦନ୍ତ କରାଯିବ ତା’ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe