କେନ୍ଦୁପତ୍ର ଶ୍ରମିକଙ୍କ ଛଟେଇର ପ୍ରତିବାଦ କଲା ବିଜେପି

Advertisment
ବୋନସ ପାଇବେ କେନ୍ଦୁପତ୍ର ତୋଳାଳି, ରାଜ୍ୟ ସରକାର କଲେ ଘୋଷଣା

Down To Earth

ଭୁବନେଶ୍ବର : କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ବ ଦେଉଛନ୍ତି। ରାଜ୍ୟର ଗରିବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ ଓ ଏଥି ସହିତ ଜଡ଼ିତ କେନ୍ଦୁପତ୍ର ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ଆଡ଼କୁ ଗତି କରୁଛି ବୋଲି ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ଶ୍ରମିକ, ସିଜିନାଲ୍‌ କର୍ମଚାରୀଙ୍କୁ ଅଧିକ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦୁପତ୍ର ସଂସ୍ଥାକୁ ଜାତୀୟକରଣ କରାଯାଇଥିଲା। ବର୍ତ୍ତମାନ ଓଡ଼ିଶାରେ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ଅଛନ୍ତି। କରୋନା ଭୂତାଣୁ କଟକଣା ଓ ଲକ୍‌ଡାଉନ୍ କାରଣରୁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶ୍ରମିକମାନଙ୍କୁ ଛଟେଇ ନ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଏହା ସତ୍ତ୍ବେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ ଓ ଅଣଦେଖା କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ପାଖାପାଖି ୨ ହଜାର ସିଜିନାଲ୍‌ କର୍ମଚାରୀଙ୍କୁ କେନ୍ଦୁପତ୍ର ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଡିଏଫ୍‌ଓମାନେ ସେମାନଙ୍କୁ ଚାକିରିରୁ ବାହାର କରି‌ଦେଇଛନ୍ତ। ଲକ୍‌ଡାଉନ୍‌ ପରି ଘଡ଼ିସନ୍ଧି ମୂହୁର୍ତ୍ତରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe