କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ତୃତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା

କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ତୃତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ ଶୁକ୍ରବାର ତୃତୀୟ ଦିବସରେ ଅସିତ୍ କୁମାର ଷଡ଼ଙ୍ଗୀ ଭାଗବତ ପାରାୟଣ କରିଥିଲେ। ଛପନ ପ୍ରହରୀ ନାମଯଜ୍ଞରେ ୩୦ରୁ ଅଧିକ ସଂକୀର୍ତ୍ତନ ଦଳ ହରେ କୃଷ୍ଣ ନାମରେ ସାମିଲ ହୋଇଥିଲେ। ପ୍ରବଚନକ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ବନାମଧନ୍ୟ ପ୍ରବଚକ ଚାରଣ ପାର୍ଥସାରଥୀ ମହାନ୍ତି ଦ୍ବିତୀୟ ଦିନ ଭାଗବତ କଥା ପ୍ରବଚନ ପ୍ରଦାନ କରିଥିଲେ।

publive-image

ଜଗନ୍ନାଥ ଭଜନ ଗ୍ରୁପ ଦ୍ବାରା ଭଜନ ସମାରୋହକୁ ବୀରମହାରାଜପୁର ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ସୋଭାକର ସେଟ୍, ସମ୍ମାନିତ ଅତିଥି ଭାବରେ ଏସଆଇ ଅରବିନ୍ଦ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଂଯୋଜନାରେ ବିଶିଷ୍ଟ ଗାୟକ ସତ୍ୟ ନାରାୟଣ ଚାନ୍ଦ, ମୋନାଲିସା ନନ୍ଦ, ରଚନା ତ୍ରିପାଠୀଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।ପରିଚାଳନା ସମ୍ପାଦକ ତ୍ରିଲୋଚନ (ମାନା) ମେହେର, କମିଟି ସଭାପତି ତଥା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପତି, ମୁଖ୍ୟ ସମ୍ପାଦକ ଶ୍ବାମ ସୁନ୍ଦର ସେଠୀ, ସମ୍ପାଦକ ନବକୃଷ୍ଣ ମେହେର, ବରିଷ୍ଠ ଉପଦେଷ୍ଟା ତାତ ମେହେର, ବଳରାମ ମେହେର,ସୈ।ମିତ୍ରି ମେହେର, ଲିଙ୍ଗ ରାଜ ମେହେର। ଦୟାନିଧି ମେହେର, ମଧୁସୂଦନ ମେହେର, ଶଙ୍କର ମେହେର,ଠାକୁର ମେହେର ,।ବରିଷ୍ଠ ଉପସଭାପତି ବିଷ୍ଣୁ ଚରଣ ପଣ୍ଡା, ଶ୍ୟାମସୁନ୍ଦର ସେଠୀ, ସଂଯୋଜକ ଯୁଗଳ କିଶୋର ମିଶ୍ର, ପଣ୍ଡିତ ରାମକୃଷ୍ଣ ପଣ୍ଡା, ଭିକାରୀ ପଣ୍ଡା, ବାମନ ପଣ୍ଡା, ମଧୁସୂଦନ ରଥ, ସଦାନନ୍ଦ ପଣ୍ଡା, ମଧୁସୂଦନ ରଥ ଓ ଅନ୍ୟାନ୍ୟ ପଣ୍ଡିତ ମାନେ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ।

publive-image

ମିନାବଜାର ସାଙ୍ଗକୁ ପ୍ରାୟ ୩୦ ହଜାର ଭକ୍ତ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଥିବାର ଦେଖିବାକୁ ମିଳୁଛି। ଆଜି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ, ବିଶିଷ୍ଟ ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ପାଢ଼ୀ, ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଭୂଷଣ କୁମାର ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଦିପ କୁମାର ପୁରୋହିତ, ବିଶିଷ୍ଟ ଆଧ୍ୟାତ୍ମିକ ବିତ୍ ଆର୍ତ୍ତ ତ୍ରାଣ ବାବୁ, ସମାଜ ସେବୀ ଅଶ୍ବିନୀ ମେହେରଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe