ରାମଚନ୍ଦ୍ରପୁର, ସାଇକୁଳ ପଞ୍ଚାୟତରେ ଜିଅନ୍ତା ମାଛ ଧରି ପ୍ରଚାର

Advertisment
ରାମଚନ୍ଦ୍ରପୁର, ସାଇକୁଳ ପଞ୍ଚାୟତରେ ଜିଅନ୍ତା ମାଛ ଧରି ପ୍ରଚାର

ରାମଚନ୍ଦ୍ରପୁର : ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ରାମଚନ୍ଦ୍ରପୁର, ସାଇକୁଳ ପଞ୍ଚାୟତରେ ଜିଅନ୍ତା ମାଛ ଧରି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ଏଭଳି ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ପ୍ରାର୍ଥୀ।

ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଦେବାକୁ ଗୁହାରି କରୁଛନ୍ତି। କେତେକ ପ୍ରାର୍ଥୀ ଲୋକଙ୍କ ଗୋଡ଼ଧରି ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଦେଖା‌ଯାଇଛି। ସେପେଟେ ସାଇଁକୁଳ ପଞ୍ଚାୟତରେ ଶୋଭାଯାତ୍ରା ମାଧ୍ୟମରେ ଜୀବନ୍ତ ମାଛକୁ ବେକରେ ପକାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ନିର୍ବାଚନ ମଇଦାନକୁ ଓଲ୍ଲାଇଥିବା ପ୍ରାର୍ଥୀ ଦିନକୁ ଦିନ ନୂଆନୂଆ ପନ୍ଥା ଆପଣାଇ ଥିବା ବେଳେ ସାଧାରଣ ଭୋଟର ଏଥିରେ କେତେ ପ୍ରଭାବିତ ହେଉଛନ୍ତି ତାହାକୁ ଅପେକ୍ଷା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe