ଭୋଟ ଜବରଦଖଲ ଭିଡିଓ ଭାଇରାଲ, ଧାରଣା ଦେଲେ ବିଧାୟକ

ରାଜ୍ୟ ସରକାର ନିଜ ଅବହେଳାରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି : ମୋହନ ମାଝୀ

Facebook

କେନ୍ଦୁଝର :  କେନ୍ଦୁଝର ସଦର ବ୍ଲକ ୫ନଂ ଜୋନ ଅନ୍ତର୍ଗତ ମହାଦେଈଯୋଡ଼ା ପଞ୍ଚାୟତର ସଲରାପେଣ୍ଠରେ ବୁଥ୍‌ ଜବରଦଖଲର ଭିଡ଼ିଓ ଭାଇରାଲ ହୋଇଛି। ବୁଥ୍‌ ଜବରଦଖଲ ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହିତ ଦୀର୍ଘ ସମୟ ପୁଲିଂ ଅଧିକାରୀଙ୍କୁ ଅଟକ ରଖିଥିଲେ। ବିଜେପି ବିଧାୟକ ମୋହନ ମାଝୀ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ। ପରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ‌ହୋଇଥିଲା। ବୁଥ୍‌ ଜବରଦଖଲ ସଂପର୍କିତ ଭିଡ଼ିଓ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି।

ମହାଦେଈଯୋଡ଼ା ସଲରାପେଣ୍ଠ ଗ୍ରାମର ବୁଥ ନମ୍ବର ୭ ରେ ଆଜି ସ୍ବାଭାବିକ ଭାବେ ମତଦାନ ଚାଲିଥିବା ବେଳେ ପ୍ରାୟ ସାଢ଼େ ୧୨ଟା ବେଳେ କିଛି ଯୁବକ ଜୋର ଜବରଦସ୍ତ ସେଠାରେ ପ୍ରବେଶ କରି ଭୋଟ ଦେଇଥିଲେ।  ଏହାକୁ ନେଇ ବିଜେପି ଏଜେଣ୍ଟ ପ୍ରତିବାଦ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ସମୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ବୁଥ୍‌ ଜବରଦଖଲ ଅଭିଯୋଗରେ ପୁଲିଂ ଅଧିକାରୀଙ୍କୁ ଅଟକ ରଖିଥିଲେ। ଖବର ପାଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବିଶ୍ୱନାଥଙ୍କ ସମେତ ସଦର ବିଧାୟକ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି ଧାରଣାରେ ବସିଥିଲେ। ଦୀର୍ଘ ସମୟ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଭୋଟ ବାକ୍ସକୁ ସେମାନେ ଛାଡି ନ ଥିଲେ।

ଖବରପାଇ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଭୋଟ ବାକ୍ସ ଛାଡ଼ିବାକୁ ନାରାଜ ହୋଇଥିଲେ। ପରେ ସେ ଅଞ୍ଚଳର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟଙ୍କୁ ଏଠାରେ ସାନି ମତଦାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଗ୍ରହଣ କରିବା ପରେ ଲୋକଙ୍କୁ ବୁଝାସୁଝା କରି ଏ ସଂପର୍କରେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମାଜିଷ୍ଟ୍ରେଟ୍ କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିନେଇ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେପି ନିର୍ବାଚନ ପ୍ରତିନିଧିଙ୍କ ପକ୍ଷରୁ ଅଭିଯାଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe