କେନ୍ଦୁଝରରେ ଅଖଚକ ବନ୍ଦ: ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ

କେନ୍ଦୁଝରରେ ଅଖଚକ ବନ୍ଦ: ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁଆକାଟିସ୍ଥିତ ଓଏମ୍‌ସି ଖଣିରୁ ‌କେନ୍ଦୁଝର ସଦର ବ୍ଲକ୍‌ ଗୋହାଲଡିହି ରେଳସାଇଡିଂ ପର୍ଯ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।  ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦରୁ ଆମ୍ବୁଲାନ୍ସ, ଅଗ୍ନିଶମ, କ୍ଷୀରଗାଡ଼ି, ସ୍କୁଲ ଓ କଲେଜ ବସ୍‌ ସମେତ ଜରୁରୀ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ କରିଛନ୍ତି ଆନ୍ଦୋଳକକାରୀ। ବନ୍ଦର ପ୍ରଭାବରେ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।

publive-image

ଏହି ରେଳପଥ ହେଲେ ହଜାରହଜାର ଟ୍ରକ ମାଲିକ ଏବଂ ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହେବେ। ଏହି ବନ୍ଦକୁ ବଣିକ ସଂଘ, ବସ୍‌ ମାଲିକ ସଂଘ, ଅଟୋ ଚାଳକ ସଂଘ, ମେକାନିକ ସଂଘ, ମିନିବସ୍‌ ମାଲିକ ସଂଘ, ଶୁଆକାଟି ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ, ମାଟୁଆ, ଯୋଡ଼ା ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ, ଭଦ୍ରାସାହି ଓ ବଡ଼ବିଲ ଟ୍ରକ୍‌ ମାଲିକ ସଂଘ ପ୍ରମୁଖ ସମର୍ଥନ ଜଣାଇନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe